ଉପରମୁଣ୍ଡରେ ପ୍ରବଳ ବର୍ଷା, ବଢୁଛି ହୀରାକୁଦ ଜଳ ଭଣ୍ଡାର ଜଳସ୍ତର
ସମ୍ବଲପୁର: ବଢୁଛି ହୀରାକୁଦ । ରାଜ୍ୟରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ହୀରାକୁଦ ଭିତରକୁ ପ୍ରବେଶ କରୁଛି ୪୪ହଜାର ୮୮୦ କ୍ୟୁସେକ ଜଳ ।
ସେହିପରି ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି ୧୭ ହଜାର ୫୩୨ କ୍ୟୁସେକ ଜଳ । ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ୬୦୧.୩୧ ରେ ପହଞ୍ଚିଛି ଜଳସ୍ତର। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ।
Powered by Froala Editor