ବହୁଦିନ ପରେ ଫେରୁଛନ୍ତି କମଲ : ପ୍ରେକ୍ଷାଳୟକୁ ଆସିବ ‘ଇଣ୍ଡିଆନ-୨’
ଦୀର୍ଘ ଦିନ ପରେ ପରଦାକୁ ଫେରୁଛନ୍ତି ସାଉଥ ସୁପରଷ୍ଟାର କମଲ ହାସନ । ରାଜନୀତିରୁ ଏବେ ଦୂରେଇ ରହି ଅଭିନୟକୁ ଫୋକସ କରିଛନ୍ତି । ଖୁବଶୀଘ୍ର ତାଙ୍କର ‘ଇଣ୍ଡିଆନ-୨’ ରୂପେଲି ପରଦାକୁ ଆସିବ । ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍ ୨'ର ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ତେବେ ୧୯୯୬ରେ ମୁକ୍ତିଲାଭ କରିଥିବା କମଲ ହାସନଙ୍କ ଫିଲ୍ମ 'ଇଣ୍ଡିଆନ'ର ସିକ୍ୱେଲ ହେଉଛି' ଇଣ୍ଡିଆନ ୨'। କମଲ ହାସନଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ 'ଇଣ୍ଡିଆନ' ଅନ୍ୟତମ। ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।
ତାମିଲ ନୂଆ ବର୍ଷ 'ପୁଥଣ୍ଡୁ' ଅବସରରେ ' ଇଣ୍ଡିଆନ ୨' ପୋଷ୍ଟର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍ ମାସରେ ପ୍ରେକ୍ଷାଳୟକୁ ଆସିବ। ପୋଷ୍ଟରରେ କମଲ ହାସନଙ୍କୁ ଏକ ଦମଦାର ଦୃଶ୍ୟରେ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍ରେ ସେ ଧଳା ସୁଟ୍ ପିନ୍ଧିଥିବା ବେଳେ ଅନ୍ୟ ଲୁକ୍ରେ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜର ୟୁନିଫର୍ମରେ ଦେଖିବାକୁ ମିଳୁଛି। 'ଇଣ୍ଡିଆନ୍ ୨'ରେ କମଲ ହାସନ ପୁଣି ଥରେ କମାଣ୍ଡର ଭାବରେ ନଜର ଆସିବେ ।
ଲାୟକା ପ୍ରଡକ୍ସନ୍ସ ଏହାର ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ଫିଲ୍ମ 'ଇଣ୍ଡିଆନ୍ ୨'ର ନୂଆ ପୋଷ୍ଟରର ଝଲକ ଦେଖାଇଛି ଯେଉଁଥିରେ ବିଭିନ୍ନ ଭାଷାରେ ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ଉଲ୍ଲେଖ କରାଯାଇଛି। କମଲ ହାସନଙ୍କ ଫିଲ୍ମ ତାମିଲ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ 'ଇଣ୍ଡିଆନ୍ ୨' ନାମରେ ମୁକ୍ତିଲାଭ କରିବ। ଏଥିସହିତ ହିନ୍ଦୀ ଏବଂ ତେଲୁଗୁ ସଂସ୍କରଣରେ ଚଳଚ୍ଚିତ୍ରର ନାମ 'ହିନ୍ଦୁସ୍ତାନୀ ୨' ଏବଂ 'ଭାରତୀୟୁଡୁ ୨' ହେବ।
Powered by Froala Editor