ବିଳମ୍ବ ହୋଇପାରେ ‘ବେବି ଜନ୍’
ବଲିଉଡ ଅଭିନେତା ବରୁଣ ଧୱନଙ୍କ ନୂଆ ଫିଲ୍ମ ‘ବେବି ଜନ୍’କୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରିଥିଲେ । ମେ ୩୧ରେ ଏହି ଫିଲ୍ମ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମ ରିଲିଜକୁ ନେଇ ବଡ ଖବର ଆସିଛି । କୁହାଯାଉଛି ଫିଲ୍ମର ପ୍ରଡକ୍ସନ କାମ ଏଯାଏ ସରିନଥିବାରୁ ଫିଲ୍ମଟି ସ୍ଥଗିତ ରଖାଯାଇଛି ।
ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଡକ୍ସନ୍ ଏବଂ ପୋଷ୍ଟ ପ୍ରଡକ୍ସନ୍ କାମ ଏପର୍ଯ୍ୟନ୍ତ ଶେଷ ହୋଇ ନଥିବାରୁ ନିର୍ମାତାମାନେ ଫିଲ୍ମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୦୨୩ ରୁ ପ୍ରଡକ୍ସନ୍ କାମ ଚାଲିଛି ଏବଂ ୭୫ ଦିନର ସୁଟିଂ ଶେଷ ହେବା ସତ୍ତ୍ୱେ ଫିଲ୍ମଟି ଆଉ କିଛି ଦିନ ଲାଗିବ। ବିଳମ୍ବ ହେତୁ ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ଜୁନ୍ କିମ୍ବା ଜୁଲାଇ ୨୦୨୪ରେ ରିଲିଜ୍ କରିବେ ନିର୍ମାତା। ବଲିଉଡ ଅଭିନେତା ବରୁଣ ଧାୱନ ଏବଂ କିର୍ତ୍ତୀ ସୁରେଶଙ୍କ ଅଭିନୀତ ଚଳଚ୍ଚିତ୍ର ବେବି ଜନ୍ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Powered by Froala Editor