୮ ବର୍ଷର ପୁଅକୁ ଗୋଇଠା ମାରି ଜୀବନ ନେଇଗଲା ମା’
ମଦ ନିଶାରେ ୮ ବର୍ଷର ପୁଅକୁ ମା’ ପିଟି ମାରି ଦେଇଛି ମାରିଦେଇଛି ଜନ୍ମକଲା ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଳିମେଳା ଥାନା ତୁମ୍ଭାଗୁଡ଼ା ଗାଁରେ।
ଶନିବାର ରାତି ପ୍ରାୟ ୧୧.୩୦ରେ ୱାଗି ପଡ଼ିଆମି ନାମକ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ପ୍ରବଳ ମଦ ପିଇଥିଲେ। ୱାଗି ଘର ଭିତରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଘର ଭିତରେ ୮ ବର୍ଷର ପୁଅ ରୋହିତ ମଧ୍ୟ ରହିଥିଲା।
ଦିନ ବେଳା ୮ ବର୍ଷୀୟ ରୋହିତ ବୁଲିବାକୁ ଯାଇଥିବାରୁ ମା’ ୱାଗି ରାତି ବେଳା ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏପରି କି ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଥିଲେ। ଏହାକୁ ୱାଗିଙ୍କ ସ୍ୱାମୀ ମୁକ ପଡ଼ିଆମି ବିରୋଧ କରିଥିଲେ। କିନ୍ତୁ ଉଭୟ ଏତେ ନିଶାରେ ଥିଲେ ଯେ କିଛି ବି ଜାଣି ପାରି ନଥିଲେ। ରୋହିତ ଚିତ୍କାର କରୁଥିଲେ ୱାଗି ମାଡ଼ ମାରିଥିଲେ।
ୱାଗି ଏମିତି ମାଡ଼ ମାରିଥିଲେ ଯେ ରୋହିତ ପୂରା ନିସ୍ତେଜ ହୋଇ ଯାଇଥିଲେ। ସକାଳୁ ପୁଅ ନ ଉଠିବାରୁ ତା’ର ମୃତ୍ୟୁ ହୋଇ ସାରିଥିବା ତାଙ୍କ ବାପା ମୁକ ଜାଣିବାକୁ ପାଇଥିଲେ।
ପ୍ରଥମେ ସେ ଗାଁରେ ଖବର ଦେଇଥିଲେ। ଗାଁ ଲୋକଙ୍କ ନିର୍ଦ୍ଦେଶକ୍ରମେ ମୁକ ଏନେଇ କାଳିମେଳା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ୱାଗି ପଡ଼ିଆମିଙ୍କୁ ଥାନାକୁ ଆଣି ଅଟକ ରଖିଛି।
ସୂଚନାନୁଯାୟୀ, ରୋହିତ ସବୁବେଳେ ଘରେ ନ ରହି ବାହାରେ ବୁଲାବୁଲି କରନ୍ତି ଏବଂ ଘରୁ କିଛି ପଇସା ଚୋରି କରି ଖର୍ଚ୍ଚ କରିଦିଅନ୍ତି। ଏହାକୁ ନେଇ ମା’ ଓ୍ବାଗିଙ୍କ ସହିତ ରୋହିତଙ୍କ ଝଗଡ଼ା ହୋଇଥାଏ। ତେବେ ଶନିବାର ମା’ ନିଶାଗ୍ରସ୍ତ ଅବସ୍ଥାରେ ରାଗି ଯାଇ ପୁଅକୁ ଗୋଇଠା ମାରିଥିବା ପୋଲିସ ନିକଟରେ ସ୍ବୀକାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି।
Powered by Froala Editor