ଦେଶରେ କମୁଛି ଦୈନିକ ସଂକ୍ରମଣ ହାର, ଆଜି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କମୁଛି ସଂକ୍ରମଣ, କମୁଛି ମୃତ୍ୟୁ ସଂଖ୍ୟା। ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ସୁଧାର ଆସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୧୨ହଜାର ୪୬୯ ଆକ୍ରାନ୍ତ ବାହାରିଥିବା ବେଳେ ମହାରାଷ୍ଟ୍ରରୁ ୯ହଜାର ୮୩୦, ତାମିଲନାଡୁରୁ ୯ହଜାର ୧୧୮, ଆନ୍ଧ୍ରପ୍ରଦେଶରୁ ୬ହଜାର ୧୫୧ ଓ କର୍ଣ୍ଣାଟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୩ ପଜିଟିଭି ।
ଏହି ସମୟରେ କରୋନାରେ ଆଉ ୧୫ଶହ ୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୯୭ଲକ୍ଷ ୬୨ହଜାରରୁ ଅଧିକ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି ।
Powered by Froala Editor