୧୫ ଟଙ୍କିଆ ଶାଢୀରେ ଫ୍ୟାନ୍ସଙ୍କ ମନ କିଣିନେଲେ ଅଦା
୧୫ ଟଙ୍କାର ଶାଢୀରେ ଫ୍ୟାନ୍ସଙ୍କ ମନ କିଣିନେଲେ ଅଭିନେତ୍ରୀ ଅଦା ଶର୍ମା । ଅଦା ଶର୍ମା ଦ କେରଲା ଷ୍ଟୋରୀ ପରେ ଫେମସ ହୋଇଥିଲେ । ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ଏବେ ସେ ଏହି ଶାଢୀ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।
ଅଭିନେତ୍ରୀ ଏ ସମ୍ପର୍କରେ ନିଜେ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି। ଏହି ଶାଢ଼ି ତାଙ୍କ ଜେଜେମାଙ୍କର। ଏହି ସୁନ୍ଦର ଶାଢ଼ି ପିନ୍ଧିଥିବା ଆଦାଙ୍କୁ ପେପରାଜିରେ ଦେଖିବାକୁ ମିଳୁଛି। ଜଣେ ୟୁଜର ଶାଢ଼ିର ଦାମ୍ କେତେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଦା ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ଆଦା କହିଥିଲେ ଏହାର ମୂଲ୍ୟ ମାତ୍ର ୧୫ ଟଙ୍କା। ତେବେ ଏହା ବହୁ ପୁରୁଣା ଶାଢ଼ି ବୋଲି ସେ କହିଥିଲେ।
ଶାଢ଼ିର ଦାମ୍ କମ୍ ଥିଲେ ମଧ୍ୟ ଏହାର ଗୁରୁତ୍ବ ଆଦାଙ୍କ ପାଇଁ ଅଧିକ ବୋଲି ସେ କହିଛନ୍ତି। ଆଦା କହିଛନ୍ତି ଜେଜେମା ତ ନାହାନ୍ତି , କିନ୍ତୁ ତାଙ୍କର ଶାଢ଼ି ରହିଛି। ଏହା କହିବା ସହିତ ଆଦା ଭାବୁକ ହୋଇ ଯାଇଥିଲେ।
Powered by Froala Editor