ଆଦିତ୍ୟଙ୍କ ସହ ଏନ୍ଗେଜଡ୍ ହେବେ ଅନନ୍ୟା!
![ଆଦିତ୍ୟଙ୍କ ସହ ଏନ୍ଗେଜଡ୍ ହେବେ ଅନନ୍ୟା!](https://odishanewslens.com/news_gallery/29058_1712001857.jpg)
ଆଦିତ୍ୟ ରାୟ କପୁର ଓ ଅନନ୍ୟା ପାଣ୍ଡେଙ୍କ ନିର୍ବନ୍ଧ ଖୁବ୍ଶୀଘ୍ର ହେବାକୁ ଯାଉଛି । ଏନେଇ ବି-ଟାଉନରେ ଖବର ଘୂରିବୁଲିଲାଣି ।
ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ପ୍ରାୟ ସମୟ ଏକାଠି ଅତିବାହିତ କରୁଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏହି କପଲଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ତଥାପି, ଦୁହେଁ ନିଜ ସମ୍ପର୍କକୁ କେବେ ଅଫିସିଆଲ୍ କରିନାହାଁନ୍ତି ।
ଆଦିତ୍ୟ ଅନନ୍ୟାଙ୍କ ପରିବାର ସହିତ ଅତି ନିକଟତର । ନିକଟରେ ସେ ଅଭିନେତ୍ରୀଙ୍କ ଭଉଣୀର ବେବି ଶାୱାର ପାର୍ଟି’ରେ ଯୋଗ ଦେଇଥିଲେ, ଯେଉଁଥିରେ କେବଳ ଅନନ୍ୟାଙ୍କ ପରିବାର ଉପସ୍ଥିତ ଥିଲେ। ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି । ୧୩ ବର୍ଷ ବଡ଼ ଆଦିତ୍ୟଙ୍କ ସହ ଅନନ୍ୟା ପାଣ୍ଡେଙ୍କ ନିର୍ବନ୍ଧ ଖୁବ୍ଶୀଘ୍ର ହେବ ବୋଲି କୁହାଯାଉଛି । ଏନେଇ ପ୍ଲାନିଂ ଚାଲିଥିବା ସୂଚନା ରହିଛି। ତେବେ ଆଦିତ୍ୟ ଓ ଅନନ୍ୟାଙ୍କ ନିର୍ବନ୍ଧ କେଉଁଠି ହେବ, ତାହାର କୌଣସି ସୂଚନା ମିଳି ନାହିଁ ।
Powered by Froala Editor