ବିକ୍ରାନ୍ତଙ୍କ ହାତରେ ‘ବରଦାନ’ ଟାଟୁ, କାହିଁକି ଜାଣନ୍ତୁ...
'12th Fail' ଫିଲ୍ମର ସଫଳତା ପରେ ଅଭିନେତା ବିକ୍ରାନ୍ତ ମେସିଙ୍କୁ ମିଳିଛି ଆଉ ଏକ ଖୁସି । ସେ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ଗତ ମାସ ବିକ୍ରାନ୍ତ ମେସୀ ଏବଂ ତାଙ୍କ ପତ୍ନୀ ଶୀତଲ ଠାକୁର ଏକ ପୁତ୍ର ସନ୍ତାନର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ଦମ୍ପତ୍ତି ସେମାନଙ୍କ ପୁଅର ନାମ ରଖିଛନ୍ତି 'ବରଦାନ' । ବର୍ତ୍ତମାନ ବିକ୍ତାନ୍ତ ତାଙ୍କ ପୁଅ ପାଇଁ ଏପରି କିଛି କରିଛନ୍ତି ଯାହା ସବୁବେଳେ ସ୍ମରଣୀୟ ରହିବ ।
ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ହାତରେ ପୁଅ 'ବରଦାନ'ଙ୍କ ନାଁର ଏକ ଟାଟୁ କରି କ୍ୟାପସନରେ ଲେଖିଛନ୍ତି, 'ଏଡିସନ୍ କିମ୍ବା ଆଡିକସନ୍, ମୋତେ ଦୁଇଟି ପ୍ରିୟ' । ପୁଅ ବରଦାନ ନାଁର ଟାଟୁ ତଳେ ତା'ର ଜନ୍ମ ତାରିଖ ମଧ୍ୟ ରହିଛି । ଏହି ଟାଟୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ୩୬ ବର୍ଷୀୟ ବିକ୍ରାନ୍ତ ପିତା ହେବାର ଖୁସିକୁ ଭିନ୍ନ ରୂପ ଦେଇଛନ୍ତି ଯାହା ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।
୨୦୨୨ ଫେବୃଆରୀରେ ବିକ୍ରାନ୍ତ ଏବଂ ଶୀତଲ ବିବାହ କରିଥିଲେ । ସେ ପୂର୍ବରୁ ବହୁ ଫିଲ୍ମ ଓ ସିରିୟଲରେ କାମ କରିଥିଲେ ବି ଏହି '12th Fail' ଫିଲ୍ମ ତାଙ୍କୁ ଷ୍ଟାର କରିଦେଇଛି । ଏହି ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟିଥିଲା । ଏହି ଫିଲ୍ମର ସଫଳତା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା ।
Powered by Froala Editor