ବଢିବ ତାପମାତ୍ରା, ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା
ଭୁବନେଶ୍ୱର : ତାତି କରିବ ଅସ୍ତବ୍ୟସ୍ତ । ଲଗାଣ ବର୍ଷା ପରେ ପାଗରେ ପରିବର୍ତ୍ତନ । ସାରା ରାଜ୍ୟରେ ବଢିବ ତାପମାତ୍ରା । ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ।
ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ । ୨୫ ତାରିଖରୁ ପୁଣି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Powered by Froala Editor