ଧୈର୍ଯ୍ୟ ଧରନ୍ତୁ, ଯାହାର ଧୈର୍ଯ୍ୟ ତା’ର ବିଜୟ ହେବ: ମନମୋହନ ସାମଲ
ଭୁବନେଶ୍ୱର:ବିଜେଡି-ବିଜେପିମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହି ସମୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ସାମନାକୁ ଆସିଲା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ଆକାଶ ସଫା ହୋଇଆସିଲାଣି । ଅମିତ ଶାହା ସବୁ କହିସାରିଛନ୍ତି । ସବୁ କଥା ସ୍ପଷ୍ଟ ହୋଇଛି ।ଆକାଶ ସଫା ହୋଇଆସିଲାଣି, ଧୀରେ ଧୀରେ ସ୍ପଷ୍ଟତା ଆସିବ । ଯେବେ ଚୂଡ଼ାନ୍ତ ହେବ ସେ ସମ୍ପର୍କରେ ପ୍ରକାଶ କରାଯିବ । ଧୈର୍ଯ୍ୟ ଧରନ୍ତୁ, ଯାହାର ଧୈର୍ଯ୍ୟ ତା’ର ବିଜୟ ହେବ । ଦଳ ସବୁ ସମୟରେ ପ୍ରସ୍ତୁତ ଅଛି ବୋଲି ମନମୋହନ ସାମଲ କହିଛନ୍ତି ।
ପ୍ରକାଶ ଯେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । । ଅମିତ ଶାହ ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ତାହା ଜଣାଇ ଦିଆଯିବ ବୋଲି କହିଥିଲେ । ବିଜେପି ସଭାପତି । ସେପଟେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଥିଲେ । ବିଜେପି ସଭାପତି । ସେ କହିଥିଲେ ।, " ଅମିତ ଶାହା ପୂର୍ବରୁ ଏନେଇ ସ୍ପଷ୍ଟ କରିଛନ୍ତି । ସେଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ଜଣାଇ ଦିଆଯିବ ।"
ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସସପେନ୍ସରେ ହଟୁନି ପରଦା । ବିଜେଡି ନେତା ଭିକେ ପାଣ୍ଡିଆନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ତେଜିବାରେ ଲାଗିଛି । ତେବେ ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ଭିକେ ପାଣ୍ଡିଆନ ମେଣ୍ଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହି ନିଆଁରେ ଘିଅ ସଦୃଶ୍ୟ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା ।
ଗୋଟିଏ ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ ମଧ୍ୟରେ ମେଣ୍ଟର ଆବଶ୍ୟକତା କଣ ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ କହିଥିଲେ ଯେ, ବିଜେଡିକୁ ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ । ସେହିପରି ବିଜେପିକୁ କେନ୍ଦ୍ରରେ ଜିତିବା ପାଇଁ ମଧ୍ୟ ବିଜେଡି ସହ ମେଣ୍ଟର ଆବଶ୍ୟକତା ନାହିଁ । ଉଭୟ ନବୀନ ଓ ମୋଦି ବେଶ ଲୋକପ୍ରିୟ । ଉଭୟ ଭଲ ବନ୍ଧୁ । କିନ୍ତୁ ରାଜନୀତିରୁ ଊର୍ଦ୍ଧ୍ବରେ, ଉଭୟ ଦେଶ ଓ ରାଜ୍ୟର ହିତ ଚାହାନ୍ତି । ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ଉଭୟ ଏକାଠି ହୋଇପାରନ୍ତି ବୋଲି କହିବା ପରେ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା ।
ଆଉ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି । ଉଭୟ ଦଳର ମେଣ୍ଟ ପ୍ରସଙ୍ଗରେ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି । ତେବେ ଦୀର୍ଘ ଦିନ ଧରି ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ ସେନେଇ ସସପେନ୍ସ ଲାଗି ରହିଥିବାବେଳେ ଏଯାଏଁ ନିଷ୍କର୍ସ ବାହାରିପାରିନାହିଁ । ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଫେରି ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି ।
Powered by Froala Editor