ଘରକୁ ଆସିଲା ମୁସେୱାଲାଙ୍କ ସାନ ଭାଇ, ୬୨ ବର୍ଷରେ ମା’ ହେଲେ ଚରଣକୌର
ମୁସେୱାଲଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବାଲ କୌର ସିଂହ ଏବଂ ଚରଣ କୌର ସିଂହ। ବାଲକୌର ଏନେଇ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି। ବାଲ କୌର ସିଦ୍ଧୁ ମୁସେୱାଲାଙ୍କ ଫଟୋ ପାଖରେ ଶିଶୁପୁତ୍ରକୁ ଧରି ଉଠାଇଥିବା ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି।
ଫଟୋ ସେୟାର କରିବାବେଳେ ସିଦ୍ଧୁଙ୍କ ପିତା କ୍ୟାପସନରେ ଲେଖିଛନ୍ତି, “ଶୁଭଦୀପ (ସିଦ୍ଧୁ) କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦରେ ଭଗବାନ ଆମକୁ ଶୁଭଙ୍କ ସାନଭାଇ ଦେଇଛନ୍ତି। ୱାହେଗୁରୁଙ୍କ ଅନୁଗ୍ରହରେ ପରିବାର ସମ୍ପୂର୍ଣ୍ଣ ଭଲ ଅଛି। ପ୍ରେମ ପାଇଁ ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ। ” ଏହି ଫଟୋରେ ସିଦ୍ଧୁଙ୍କ ଫଟୋ ପଛରେ ରଖାଯାଇଥିବା ବେଳେ ଏହା ଉପରେ ଲେଖା ଅଛି, କି 'କିମ୍ବଦନ୍ତୀ କଦାପି ମରନ୍ତି ନାହିଁ।' କହିବାକୁ ଗଲେ ସିଦ୍ଧୁଙ୍କ ମୃତ୍ୟୁର ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ଖୁସି ଆସିଛି।
ପ୍ରକାଶ ଥାଉ କି, ସିଦ୍ଧୁ ମୁସେୱାଲଙ୍କ ମାଆଙ୍କୁ ୬୦ ବର୍ଷ ହେବାକୁ ଯାଉଛି। ସେ ଆଇଭିଏଫ୍ ଜରିଆରେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି।
ପଞ୍ଜାବୀ ସଂଗୀତ ଇଣ୍ଡଷ୍ଟ୍ରିର ସିଦ୍ଧୁ ମୁସେୱାଲା ଜଣାଶୁଣା ଚେହେରା । ସାରା ଦେଶରେ ତାଙ୍କର ବହୁତ ପ୍ରଶଂସକ ଥିଲେ। ୨୯ ମଇ ୨୦୨୨ରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା।
Powered by Froala Editor