ଆଞ୍ଜିଓପ୍ଲାଷ୍ଟି ଖବର ମିଛ, ଫିଟ ଅଛନ୍ତି ଅମିତାଭ
ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। ହଠାତ୍ ସେ ଅସହଜ ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଗୋଟିଏ କ୍ଲଟ ହୋଇଛି। ଏହାର ଆଞ୍ଜିଓପ୍ଲାଷ୍ଟି କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଶେଷ ହୋଇଥିବା ଜଣାପଡ଼ିଛି।
କିନ୍ତୁ ଆଞ୍ଜିଓପ୍ଲାଷ୍ଟି ହେବା ଖବରକୁ ମିଛ ବୋଲି କହିଛନ୍ତି ବିଗ ବି । ଖବର ଆସିଥିଲା ଯେ ବିଗ୍ ବି ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ନେଇ ମଧ୍ୟ ଖବର ମିଳିଥିଲା। ଏହା ପରେ ଖବର ଆସିଥିଲା ଯେ ବିଗ୍ ବି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତେବେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ କିମ୍ବା ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହେବା କିମ୍ବା ଡିସଚାର୍ଜକୁ ନେଇ କୌଣସି ଖବର ଦିଆଯାଇନଥିଲା ।
ପରେ ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଖବର ମଧ୍ୟରେ ଅମିତାଭ ଏକ ଷ୍ଟାଡିୟମରେ ତାଙ୍କ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଅଭିନେତା ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଫଟୋ ଦେଖି ଜଣା ପଡୁଥିଲା ଯେ, ଅମିତାଭ ପୁରା ଫିଟ ଅଛନ୍ତି ।
Powered by Froala Editor