ଆଜି ସରୁଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ଲକଡାଉନ
ଭୁବନେଶ୍ୱର: ଆଜି ସରୁଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ଲକଡାଉନ । ତେବେ କଣ ହେବ ଅନଲକ ୪.୦ର ଫର୍ମୁଲା? ତାକୁ ନେଇ ରାଜ୍ୟବାସୀଙ୍କ ଭିତରେ ଚର୍ଚ୍ଚା । ଓଡ଼ିଶାରେ ସଙ୍କ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ରୋକ । ଦୈନିକ ସଙ୍କ୍ରମଣ ୪ ହଜାର ତଳକୁ ଖସିଥିଲେ ବି ଏବେ ବି ରେଡ ଜୋନରେ ୫ ଜିଲ୍ଲା । ତ ଆଶା କରାଯାଉଛି ପର୍ଯ୍ୟାୟ କ୍ରମେ କରାଯାଇପାରେ ଅନ୍ଲକ୍ ।
ଗତ ୧୫ ଦିନର ସମସ୍ତ ଡାଟାକୁ ନେଇ ବିଚାରବିମର୍ଶ ହେଉଛି । ଆକ୍ଟିଭ୍ କେସ୍ରେ ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ତେଣୁ ଏହି ସବୁ ଜିଲ୍ଲାରେ ବଳବତ୍ତର ରହିବାରେ କଟକଣା । ସେପଟେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର ଅନୁସାରେ ରେଡ୍ ଜୋନ୍ରେ ରହିଛି ୧୦ ଜିଲ୍ଲା । ଯାଜପୁର ଜିଲ୍ଲାରେ ସର୍ବାଧିକ ଟିପିଆର ରେଟ୍ ୨୨.୩ ପ୍ରତିଶତ ରହିଛି । ଖୋର୍ଦ୍ଧାରେ ଟିପିଆର ରେଟ୍ ରହିଛି ୧୧.୦ ପ୍ରତିଶତ ।
Powered by Froala Editor