ସେଲ୍ଫି ନେବା ବେଳେ ଅଣ୍ଟା ଧରିବାକୁ ଚେଷ୍ଟା କଲେ ପ୍ରଶଂସକ, ରାଗିଗଲେ ଅଭିନେତ୍ରୀ
ସେଲଫି ନେବାକୁ ଆଗକୁ ବଢିଲେ । ହେଲେ ଯାଉଯାଉ ଅଣ୍ଟା ଧରିବାକୁ ଚେଷ୍ଟା କଲେ । ଜଣେ ପ୍ରଶଂସକଙ୍କ ଏଭଳି ବ୍ୟବହାରରେ ରାଗି ଯାଇଛନ୍ତି କାଜଲ ଅଗ୍ରୱାଲ । ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପିତା ବିନୟଙ୍କ ସହ ହାଇଦ୍ରାବାଦରେ ଏକ ଷ୍ଟୋର୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ସହ ଜଣେ ଯୁବକ ଯେଉଁ ବ୍ୟବହାର କରିଥିଲେ, ତାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ସେଲଫି ନେବା ବାହାନାରେ ଯୁବକଜଣକ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଷ୍ଟୋର୍ର ଶୁଭାରମ୍ଭ ସମୟରେ ସେଲଫି ନେବାକୁ ଜଣେ ବ୍ୟକ୍ତି ଅନୁରୋଧ କରୁଛନ୍ତି। ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି କାଜଲ ସେଲଫି ନେବାକୁ ଅନୁମତି ଦେଉଛନ୍ତି। ଏହା ପରେ ଯୁବକଜଣକ ସେଲଫି ନେବା ପାଇଁ ଆଗକୁ ଆସି କାଜଲଙ୍କ ଅଣ୍ଟାରେ ହାତ ରଖିଦେଉଛନ୍ତି। ଏହା ଦେଖି କାଜଲ ରାଗିଯିବା ସହ ଏ କ'ଣ କରୁଛ ବୋଲି ପଚାରୁଛନ୍ତି।
Powered by Froala Editor