କ୍ରିକେଟ ବଲ୍ ପାଇଁ ଝଗଡ଼ା କରୁଥିଲା ପୁଅ, ବାପା କହିବାରୁ କରିଦେଲା ଆତ୍ମହତ୍ୟା
ପାଠ ପଢୁନଥିବାରୁ ଆକଟ କରିଥିଲେ ବାପା । ୧୭ ବର୍ଷର ପୁଅକୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ହେଲେ ସେ ଏମିିତି କିଛି ରାସ୍ତା ବାଛି ନେବ ବୋଲି ଭାବିନଥିଲେ ଘର ଲୋକ । ଆତ୍ମହତ୍ୟା କରିଦେଲା ପୁଅ ।
ବାଲେଶ୍ବର ସୋର ବ୍ଲକ୍ ଆଟପୁର ପଞ୍ଚାୟତ ହଂସୀପଟଣା ଗ୍ରାମର ଗୌତମ ଲେଙ୍କା (୧୭) ସ୍ଥାନୀୟ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି। ଗୌତମ ଓ ତାଙ୍କ ସାନଭାଇ କ୍ରିକେଟ୍ ବଲ୍ ପାଇଁ ଝଗଡ଼ା ଲାଗିଥିଲେ। ଯାହାକୁ ନେଇ ବାପା ଗୌତମଙ୍କ ଉପରେ ବିରକ୍ତି ହୋଇଥିଲେ। ପାଠ ନପଢ଼ି ଖେଳରେ କାହିଁକି ମାତୁଛୁ କହି ଆକଟ କରିଥିଲେ। ହେଲେ ପୁଅ ଗୌତମଙ୍କୁ ବାପାଙ୍କ କଥା ଭାରି କଷ୍ଟ ଦେଇଥିଲା । ମାନସିକ ଭାରସାମ୍ୟ ହରାଇ ଘରବାଡ଼ିରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ।
କିଛି ସମୟ ପରେ ପରିବାର ଲୋକ ଗୌତମଙ୍କୁ ଗଛରେ ଝୁଲୁଥିବା ଦେଖି ସୋର ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor