ଭୁଲ୍ କରି ଭଡ଼କିଗଲେ ଅଭିନେତ୍ରୀ : ଟ୍ରାଫିକ୍ ପୁଲିସଙ୍କୁ ଗାଳି କରି ଫୋନ୍ ଛଡ଼ାଇନେଲେ
ହାଇଦ୍ରାବାଦର ରାସ୍ତାରେ ହାଇଡ୍ରାମା କରିଛନ୍ତି ଅଭିନେତ୍ରୀ । ଟ୍ରାଫିକ ପୁଲିସଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଛନ୍ତି । ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫେବ୍ରୁଆରୀ ୨୪ ତାରିଖ ଦିନ ଏହି ଘଟଣା ଘଟିଥିଲା। ଶୁକ୍ରବାର ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଭୁଲ୍ ପାର୍ଶ୍ୱରେ ନିଜ ଜାଗୁଆର ଗାଡି ନେଇ ପସିଥିଲେ ଜଣାଶୁଣା ତେଲୁଗୁ ଅଭିନେତ୍ରୀ ସୌମ୍ୟା ଜାନୁ। ଏହା ଦେଖି ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସ ତାଙ୍କୁ ଅଟାଇଥିଲେ। ବାସ୍ ଏତିକିରେ ରାଗି ଯାଇଥିଲେ ଅଭିନେତ୍ରୀ।
ପୁଲିସ ଉପରେ ସେ ବର୍ଷିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପୁଲିସ ଅଫିସରଙ୍କ ସେ ଡ୍ରେସ୍ ଫାଡିବା ସହ ତାଙ୍କ ଫୋନ୍ ଛଡାଇ ଫେରାର ହୋଇଯାଇଥିଲେ। ଏହି ପୂରା ଘଟଣାର ଦୃଶ୍ୟକୁ ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରି ସୋଶାଲ ମିଡିଆ ସେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ଲୋକେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସମେଲୋନା କରିଛନ୍ତି।
Powered by Froala Editor