କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
କଟକ : କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ରଖିବେ। ଏହା ସହ ୩୦ ଜିଲ୍ଲା ପାଇଁ ୪୧ କ୍ରିକେଟ୍ ଏକାଡେମୀକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ।
ବୁଧବାର ଅପରାହ୍ନ ୪ଟାରେ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଶିଳାନ୍ୟାସ କାର୍ୟ୍ୟକ୍ରମ ରହିଛି। ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ପାଣ୍ଡିଆନ୍ , କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା , କ୍ରୀଡା ସଚିବ ଭିନିଲ୍ କ୍ରିଷ୍ଣା, ଆଇ ପି ଏଲ୍ ଅଧ୍ୟକ୍ଷ ଅରୁଣ ଧୁମାଲ ପ୍ରମୁଖ ଉପସ୍ଥିତ ରହିବେ। ଅପରାହ୍ନ ୪ଟାରୁ ରାତି ୯ଟା ପର୍ୟ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ।
ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ଓ ଗ୍ରୁପ ସଙ୍ଗୀତ ପରିବେଷଣ କରିବେ। ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ୩ ବରିଷ୍ଠ କ୍ରୀଡା ସଂଗଠକଙ୍କୁ ଜୀବନବ୍ୟାପୀ ସାଧନା ସମ୍ବର୍ଦ୍ଧନା ଦିଆଯିବ । କାର୍ୟ୍ୟକ୍ରମରେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ ଇର୍ଫାନ୍ ପଠାନ , ପ୍ରଜ୍ଞାନ ଓଝା , ଦେବାଶିଷ ମହାନ୍ତି ,ଶିବ ସୁନ୍ଦର୍ ଦାସ ଆସିବାର କାର୍ୟ୍ୟକ୍ରମ ରହିଛି। ତୃଣମୂଳ ସ୍ତରରୁ କ୍ରିକେଟ ଖେଳାଳି ସୃଷ୍ଟି କରିବା ଏହି ୪୧ ଟି ନୂତନ ଏକାଡେମୀର କାମ ରହିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ କୁମାର ବେହେରା।
Powered by Froala Editor