କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ : କୋଷ୍ଟଗାର୍ଡ ମହିଳା ନିଯୁକ୍ତ ଆପଣ ନକଲେ ଆମେ କରିବୁ
ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ରେ ସ୍ଥାୟୀ ମହିଳା କମିଶନକୁ ନେଇ ସୁପ୍ରିମକୋର୍ଟ ପୁଣି ଥରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳାମାନଙ୍କୁ ଆପଣ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆମେ ଏଥିପାଇଁ ନିର୍ଦ୍ଦେଶ ଜାରି କରିବୁ ବୋଲି କେନ୍ଦ୍ରକୁ କଡା ଭାଷାରେ କହିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର କଡ଼ା ଚେତାବନୀ ଦେଇଛନ୍ତି।
ଆଇସିଜି ପାଇଁ ଯୋଗ୍ୟ ମହିଳା ସର୍ଟ ସର୍ଭିସ କମିଶନ ଅଫିସରଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି। ମହିଳାମାନଙ୍କୁ ଛଡା ଯାଇପାରିବ ନାହିଁ। ଆପଣ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ। ନଚେତ ଆମେ ନିର୍ଦ୍ଦେଶ ପାରିତ କରିବୁ ବୋଲି ସିଜେଆଇ କହିଛନ୍ତି।
ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି ଯେ ତଟରକ୍ଷୀ ବାହିନୀ ନୌସେନା ଏବଂ ସେନାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ନେଇ ଏକ ବୋର୍ଡ ଗଠନ କରାଯାଇଛି। ଏଥିପାଇଁ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି।
Powered by Froala Editor