ରାଷ୍ଟ୍ରପତିଙ୍କୁ ଖଡ଼ଗେଙ୍କ ଚିଠି, କ’ଣ ଲେଖିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଆଣି ଯୁବକଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ଦୁଇ ଲକ୍ଷ ଯୁବକଙ୍କୁ ସେନାରେ ସ୍ଥାୟୀ ଚାକିରି ପାଇଁ ମନୋନୀତ ହୋଇଥିଲେ ମଧ୍ୟ ନିଯୁକ୍ତି ପାଇ ନାହାନ୍ତି । ଏହି ଯୁବକମାନଙ୍କୁ ନ୍ୟାୟ ଦିଆଯିବା ଆବଶ୍ୟକ ବୋଲି ସୋମବାର ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଖଡଗେ । ସେ ଦାବି କରି କହିଛନ୍ତି, ପ୍ରାୟ ଦୁଇ ଲକ୍ଷ ଯୁବକମାନଙ୍କୁ ନିଯୁକ୍ତି ନଦେଇ ସରକାର ଅଗ୍ନିପଥ ଯୋଜନା ଆଣିଥିଲେ । ଏହି କାରଣରୁ ଆଜି ଯୁବକମାନେ ଯନ୍ତ୍ରଣା ଭୋଗୁଛନ୍ତି ।
ମଲ୍ଲିକାର୍ଜିନ ଖଡଗେ ଚିଠି ଲେଖି କହିଛନ୍ତି, "ନିକଟରେ ଏହି ଯୁବକମାନଙ୍କୁ ସହ ମୁଁ ସାକ୍ଷାତ କରିଥିଲି । ୨୦୧୯ ମସିହାରୁ ୨୦୨୨ ମସିହା ପର୍ୟ୍ୟନ୍ତ ପ୍ରାୟ ୨ ଲକ୍ଷ ଯୁବକଙ୍କୁ ସେନା, ନୌସେନା ଏବଂ ବାୟୁସେନା ପାଇଁ ଚୟନ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ଯୁବକମାନେ ଚିକିରି ପାଇବା ପାଇଁ ଶାରୀରିକ ଏବଂ ଲିଖିତ ପରୀକ୍ଷା ଦେଇଥିଲେ । କଠିନ ସଂଘର୍ଷ କରି ସଫଳ ମଧ୍ୟ ହୋଇଥିଲେ । ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସେମାନେ ସଫଳତା ପାଇଛନ୍ତି ବୋଲି ଭାବୁଥିଲେ ଏବଂ ନିଯୁକ୍ତି ପତ୍ରକୁ ଅପେକ୍ଷା କରିଥିଲେ । ତେବେ ମାର୍ଚ୍ଚ ୩୧ ତାରିଖ ଦିନ ତାଙ୍କ ସ୍ବପ୍ନ ଚୁରମାର ହୋଇ ଯାଇଥିଲା । ଭାରତ ସରକାର ଅଗ୍ନିପଥ ଯୋଜନା ଆଣିବା ସହିତ ଏମାନଙ୍କୁ ନିଯୁକ୍ତି ଦେବା ବନ୍ଦ କରି ଦେଇଥିଲେ । ଏମାନଙ୍କ ପ୍ରତି ଅନ୍ୟାୟ ହୋଇଛି, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ।"
Powered by Froala Editor