୬ ବର୍ଷରେ ପ୍ରଥମ ଶ୍ରେଣୀ ନାମଲେଖା
୨୦୨୪-୨୫ ଶିକ୍ଷାବର୍ଷ ପୂର୍ବରୁ ନାମଲେଖା ଆରମ୍ଭ ହେବ। ତେଣୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବୟସ ହୋଇଥିବା ଆବଶ୍ୟକ। ଏହାକୁ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯ ଅନୁଯାୟୀ ଶିଶୁଙ୍କ ସ୍କୁଲରେ ନାମଲେଖା ବୟସ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ଲେଖି ଅବଗତ କରାଯାଇଛି। ନ୍ୟାସନାଲ ଏଜୁକେସନ ପଲିସି, ରାଇଟ ଟୁ ଏଜୁକେସନ ନିୟମାନୁସାରେ ଏହି ନାମଲେଖା ନିୟମକୁ ମାନିବା ପାଇଁ କୁହାଯାଇଛି।
ଶିଶୁମାନଙ୍କ ମାନସିକ,ବୌଦ୍ଧିକ ଓ ଜ୍ଞାନ ଆହରଣର ବୁଦ୍ଧିମତାକୁ ଅନୁଧ୍ୟାନ କରିବା ପରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ବୟସ ସ୍ଥିର ହୋଇଛି। ଏହି ବୟସ ଠାରୁ ସେମାନେ ଜ୍ଞାନ ଆହରଣ ପାଇଁ ସକ୍ଷମ ବୋଲି କୁହାଯାଇଛି।
Powered by Froala Editor