ଗେମ୍ରେ ୪ ଲକ୍ଷ ହାରିଥିଲା, ଟଙ୍କା ପାଇଁ ମା’ର ତଣ୍ଟି ଚିପିଦେଲା ପୁଅ
ଗେମ୍ ପାଇଁ ମା’କୁ ମାରିଦେଲା ନୃଶଂସ ପୁଅ । ଭାବିଥିଲା ଗେମ୍ରେ ହାରିଥିବା ଟଙ୍କା ମା’ର ଇନସ୍ୟୁରାନ୍ସ କ୍ଲେମ କରି ପାଇଯିବ । ହେଲେ ପୁଲିସ ହାତରେ ଧରାପଡିଛି ତାର ସବୁ କାରସାଦି ।
ଉତ୍ତରପ୍ରଦେଶର ଫତେହପୁରରେ ଏହି ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଯୁବକ ହେଲେ ହିମାଂଶୁ। ତାଙ୍କୁ ଅନଲାଇନ୍ ଗେମ୍ ନିଶା ଏତେ ଘାରିଥିଲା ଯେ ସେ ପ୍ରାୟ ୪ଲକ୍ଷ ଟଙ୍କା ଋଣ କରିସାରିଥିଲେ। କରଜ କିପରି ସୁଝିବେ ସେ ନେଇ ଚିନ୍ତାରେ ଥିଲେ। ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା'ଙ୍କ ନାଁରେ ଜୀବନନବୀମା ବା ଇନସ୍ୟୁରାନ୍ସ କରିଥିଲେ। ନିଜ ମା'କୁ ହତ୍ୟା କରିବା ପରେ ତାଙ୍କ ନାଁରେ ଥିବା ଜୀବନବୀମା ପାଇଁ ଆବେଦନ କରିବେ ବୋଲି ଯୋଜନା କରିଥିଲେ।
ବୀମାରେ ସେମାନଙ୍କର ବାପା-ମା'ଙ୍କ ମୃତ୍ୟୁ ହେଲେ ୫୦ଲକ୍ଷ ମିଳିବାର ଥିଲା। ଯୋଜନା ମୁତାବକ ବାପା ଘରେ ନଥିବା ବେଳେ ସେ ନିଜ ମା' ପ୍ରଭାଙ୍କ ତଣ୍ଟିଚିପି ହତ୍ୟା କରି ଯମୁନା ନଦୀ କୂଳରେ ଫିଙ୍ଗି ଦେଇଥିଲେ।
ହିମାଂଶୁଙ୍କ ବାପା ରୋଶନ ସିଂ ଫେରିବା ପରେ ପତ୍ନୀ ପ୍ରଭା ଏବଂ ପୁଅକୁ ଘରେ ପାଇ ନଥିଲେ। ହିମାଂଶୁ ନଦୀ ନିକଟରେ ଥିବା ପଡୋଶୀ କହିଥିଲେ। ଏହାପରେ ବାପା ରୋଶନ ସ୍ତ୍ରୀଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ହିମାଂଶୁଙ୍କୁ ଗିରଫ କରିଥିଲା ।
Powered by Froala Editor