ଲୋକସଭା ନିର୍ବାଚନ: ବିଜେପି ଘୋଷଣା କରିବ ୧୦୦ ପ୍ରାର୍ଥୀଙ୍କ ନାଁ
![ଲୋକସଭା ନିର୍ବାଚନ: ବିଜେପି ଘୋଷଣା କରିବ ୧୦୦ ପ୍ରାର୍ଥୀଙ୍କ ନାଁ](https://odishanewslens.com/news_gallery/28267_1708860574.jpg)
ନୂଆଦିଲ୍ଲୀ: ଆସନ୍ତା ମାସରେ ନିର୍ବାଚନ କମିଶନ ଦେଶର ସାଧାରଣ ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିପାରନ୍ତି। ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।
ଗୁରୁବାର ଦିନ ଦଳ ପକ୍ଷରୁ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ୨୯ ତାରିଖରେ ବିଜେପିର କେନ୍ଦ୍ର ନିର୍ବାଚନ କମିଟିର ବୈଠକ ବସିବ। ଏହି ବୈଠକରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଫାଇନାଲ କରାଯିବ। ବୈଠକ ପରେ ଅର୍ଥାତ ସେହି ଗୁରୁବାର କିମ୍ବା ଏହାର କିଛି ଦିନ ପରେ ବିଜେପି ମୁଖ୍ୟାଳୟରେ କିଏ କେଉଁଠୁ ପ୍ରାର୍ଥୀ ହେବେ, ତା’ର ଘୋଷଣା କରାଯିବ।
ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ସେହି ଅନୁସାରେ ଦଳ ପ୍ରାର୍ଥୀଙ୍କୁ ମଧ୍ୟ ଚୟନ କରିବ। ଏପରି ସ୍ଥିତିରେ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାର ଗୁରୁତ୍ୱ ବେଶ ଅଧିକ ରହିଛି।
Powered by Froala Editor