ବିଏସଏଫ ଯବାନଙ୍କୁ ବଡ଼ ସଫଳତା, ମାଓ କ୍ୟାମ୍ପ ଠାବ

ମାଲକାନଗିରି: ମାଲକାନଗିରିରେ ବିଏସଏଫ ଯବାନଙ୍କୁ ବଡ଼ ସଫଳତା । ପଡ଼ିଆ ଥାନା ଶିଲାକୋଟା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ୩ଟି ଶକ୍ତିଶାଳୀ ଆଇଇଡି, ୨୫ଟି ଜିଲୋଟିନ୍ ଷ୍ଟିକ୍ ଓ ବିଦ୍ୟୁତ ତାର ଜବତ । ବଡ଼ ଧରଣର ବସ୍ଫୋରଣ ପାଇଁ ମାଓବାଦୀ ମାନେ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । ସୀମାନ୍ତ ଅଞ୍ଚଳରେ ମାଓ କାର୍ୟ୍ୟକଳାପ ବଢ଼ିଥିବା ବେଳେ ମାଲକାନଗିରିରେ କିନ୍ତୁ ଦୁର୍ବଳ ହୋଇଛି ମାଓ ଗଡ଼ । ର୍ପୂବରୁ ମାଓବାଦୀଙ୍କ ଚରା ଭୂଇଁ ପାଲଟିଥିବା ଶିଲାକୋଟା ଜଙ୍ଗଲରେ ବିଏସଏଫ ଯବାନଙ୍କ କମ୍ବିଂ ଅପରେସନ ପାଇଁ ଏବେ କମିଛି ମାଓ ଉପଦ୍ରବ ।
Powered by Froala Editor