ରାମଙ୍କ ଅବତାରରେ ରଣବୀର କେମିତି ଦିଶିବେ, ଚାଲିଛି ଟେଷ୍ଟିଂ
ଅଭିନେତା ରଣବୀର କପୁରଙ୍କ କ୍ରେଜ ବଢିବାରେ ଲାଗିଛି । ଆନିମଲ ଫିଲ୍ମ ବ୍ଲକ୍ ବଷ୍ଟର ହେବା ପରେ ତାଙ୍କୁ ଅନେକ ଫିଲ୍ମରେ ସାଇନ୍ କରିବାକୁ ନିର୍ଦ୍ଦେଶକଙ୍କ ଲାଇନ ଲାଗୁଛି । ତେବେ ନିକଟରେ ନିତେଶ ତିୱାରୀଙ୍କ ବିଗ୍ ବଜେଟ ଫିଲ୍ମ ‘ରାମାୟଣ’ ପାଇଁ ତାଙ୍କୁ ସିଲେକ୍ଟ କରାଯାଇଥିବା ଖବର ମିଳିଛି । ହେଲେ ତାଙ୍କ ଲୁକ୍ କିଭଳି ହେବ ସେନେଇ ଟେଷ୍ଟିଂ ଚାଲିଛି ।
ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ ଫିଲ୍ମର ସବୁ କଳାକାର ଫାଇନାଲ ହୋଇନାହାନ୍ତି। ଏବେ ବି ଅନେକ କଳାକାରଙ୍କ ଏଣ୍ଟ୍ରି ହେଉଛି। ଇତିମଧ୍ୟରେ ରଣବୀର ରାମ ଭୂମିକାରେ ଦେଖାଯିବେ। ତେବେ ଫିଲ୍ମରେ ତାଙ୍କର ଲୁକ୍ କିପରି ହେବ, ସେନେଇ ଏକ ଖବର ଆସିଛି। ‘ରାମାୟଣ’ରେ ତାଙ୍କ ଲୁକ୍କୁ ଅତିସାଧାରଣ କରାଯିବା ପାଇଁ େଚଷ୍ଟା କରାଯାଉଛି। ଏଥିରେ ତାଙ୍କର ମସଲ୍ ଯେମିତି ଦେଖାଯିବ ନାହିଁ। ତେବେ ରଣବୀର ରାମ ଭୂମିକାରେ ଅଭିନୟ କରିବା ପୂର୍ବରୁ ତାଙ୍କର ଫଟୋସୁଟ୍ କରାଯାଇଛି। ସେ ସୁନା ଓ ରତ୍ନଖଚିତ ହାର ପିନ୍ଧିଥିବା ଦେଖାଯାଇଛି।
ରଣବୀରଙ୍କ ସହିତ ମାତା ସୀତାଙ୍କ ଭୂମିକା ପାଇଁ ମଧ୍ୟ ନୋ ମେକ୍ଅପ୍ ଲୁକ୍ ରଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥିରେ ସାଇପଲ୍ଲବୀ ସୀତା ଭୂମିକାରେ ଅଭିନୟ କରିବେ। ଅବଶ୍ୟ ଏଯାବତ୍ ତାଙ୍କର ଲୁକ୍ ଟେଷ୍ଟ ହୋଇନାହିଁ। ତାଙ୍କର ବେଶଭୂଷା ଅତି ସାଧାରଣ ହେବା ସହ ସେ କୌଣସି ଭାରୀ ଗହଣା କିମ୍ବା ଶାଢ଼ି ପିନ୍ଧିବେ ନାହିଁ ବୋଲି କୁହାଯାଉଛି।
ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ରାଜା ଦଶରଥଙ୍କ ଭୂମିକାରେ ସେ ଦେଖାଯାଇ ପାରନ୍ତି।
Powered by Froala Editor