ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିଲେ, ପୋଖରୀକୁ ଟ୍ରାକ୍ଟର ଖସି ୧୫ ମୃତ
କାସଗଞ୍ଜ: ଅଧାରେ ରହିଗଲା ଗଙ୍ଗା ସ୍ନାନ । ପୂର୍ଣ୍ଣମୀ ଅବସରରେ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡିଲା ଟ୍ରାକ୍ଟର । ପ୍ରାଣ ହରାଇଲେ ୧୫ ଜଣ । ଉତ୍ତରପ୍ରଦେଶର କସଗଞ୍ଜରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକଙ୍କ ମଧ୍ୟରେ ୭ଜଣ ଛୋଟ ପିଲା ରହିଥିବା ବେଳେ ୮ ଜଣ ମହିଳା ଅଛନ୍ତି । ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା। ସେଥିରେ ଥିବା ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଗ୍ରାମବାସୀ ଧାଇଁ ଆସିଥିଲେ। ସ୍ଥାନୀୟ ଜନସାଧାରଣ ଓ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ଜଳାଶୟରୁ ଉଦ୍ଧାର କରାଯାଇଥିବା ଶବଗୁଡ଼ିକୁ ପଟିୟାଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।
Powered by Froala Editor