କୃଷକ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ଅଚଳ କଲା ‘X’

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନି ଏକ୍ସ କୃଷକଙ୍କ ଆନ୍ଦୋଳନ ସହ ଜଡିତ ଅନେକ ଆକାଉଣ୍ଟ୍ ଏବଂ ଫ୍ୟାନ୍ ପେଜକୁ ଅଚଳ କରିଛି। ଭାରତ ସରକାର କୃଷକଙ୍କ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ଅଚଳ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଏକ୍ସ ଏଭଳି କରିଥିବା ସ୍ପଷ୍ଟ କରିଛି। ଅଚଳ ହୋଇଥିବା ଆକାଉଣ୍ଟଗୁଡିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଆକାଉଣ୍ଟ ମଧ୍ୟ ଅଛି।
Xର ବିଶ୍ୱ ସରକାରୀ ବ୍ୟାପାର ଟିମ୍ ଏନେଇ ଏକ ପୋଷ୍ଟ ଶେଆର୍ କରିଛି, ଯେଉଁଥିରେ ଉଲ୍ଲେଖ କଲାଯାଇଛି, ଭାରତ ସରକାର ପ୍ଲାଟଫର୍ମରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ସର୍ବସମ୍ମୁଖରେ ପ୍ରକାଶ କରିପାରୁ ନାହୁଁ। କିନ୍ତୁ ସ୍ୱଚ୍ଛତା ପାଇଁ ଏହାକୁ ସାର୍ବଜନୀନ କରିବାକୁ ଆମେ ଜରୁରୀ ବୋଲି ମନେ କରିବାରୁ ଏହି ପୋଷ୍ଟ କରୁଛୁ ବୋଲି ପ୍ଲାଟଫର୍ମ କହିଛି।
ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା କେବେଠାରୁ ଦିଆଯଇଛି, ସେନେଇ ପ୍ଲାଟଫର୍ମ ସ୍ପଷ୍ଟ ସୂଚନା ଦେଇନାହିଁ। ପ୍ଲାଟଫର୍ମର ଏପରି ପୋଷ୍ଟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣଲି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
Powered by Froala Editor