ମାର୍ଚ୍ଚ ୬ରେ ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ହିଂସାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଯାଇଛି। ବିଜେପି, କଂଗ୍ରେସ, ବିଏସପି ସମେତ ଅନେକ ଦଳ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ ସରକାରଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ତଦନ୍ତ ଦାବି କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଦେଶଖାଲି ପୀଡିତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।
ଆସନ୍ତା ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଠାକାର ଉତ୍ତର ୨୪ ପରଗଣା ଜିଲ୍ଲାର ବାରାସାତରେ ମହିଳା ରାଲିକୁ ସମ୍ବୋଧିତ କରିବେ। ଏହି ସମୟରେ ସେ ସନ୍ଦେଶଖାଲି ପୀଡିତାଙ୍କୁ ଭେଟିପାରନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର।
ସୁକାନ୍ତ ମଜୁମଦାରଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲିର ମହିଳାମାନଙ୍କୁ ଭେଟିବେ କି? ସନ୍ଦେଶଖାଲିର ଭଉଣୀ ଓ ମା’ ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେବେ ଆମେ ନିଶ୍ଚିତ ଭାବେ ବ୍ୟବସ୍ଥା କରିବୁ।
Powered by Froala Editor