କଣ୍ଡୋମ୍ରେ ପ୍ରଚାର : ପ୍ୟାକେଟରେ ରହିଛି ଦଳୀୟ ଚିହ୍ନ

ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲେଣି ସବୁ ଦଳ। ଭୋଟ୍ ପାଇବା ଆଶାରେ ଭୋଟରଙ୍କ ମଧ୍ୟରେ ଲାପଟପ୍, ଟାବଲେଟ୍ ଏବଂ ସାଇକେଲ୍ ଭଳି ଜିନିଷ ବଣ୍ଟନ କରିବା ରାଜନୈତିକ ଦଳର ଏକ ସାଧାରଣ କଥା। ନିଜ ନିଜର ଖାସ୍ ଅନ୍ଦାଜରେ ସେମାନେ ଭୋଟର୍ଙ୍କୁ ଆକୃଷ୍ଟ କରିଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ଦୁଇ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣ୍ଟୁଛନ୍ତି କଣ୍ଡୋମ। ଏହାକୁ ନେଇ ବିବାଦ ଉପୁଜିଛି।
ଘର ଘର ବୁଲି ରାଜନେତାମାନେ କଣ୍ଡୋମ ପ୍ୟାକେଟ୍ ବାଣ୍ଟୁଛନ୍ତି । ରିପୋର୍ଟ ମୁତାବକ, ଏଠାକାର ପ୍ରମୁଖ ଦଳଗୁଡିକ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ ବଣ୍ଟନ କରୁଛନ୍ତି। ସୋଶାଲ ମିଡିଆରେ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ଆନ୍ଧ୍ର ପ୍ରଦେଶର ଦୁଇ ଆଞ୍ଚଳିକ ଦଳ YSR Congress ଓ ତେଲଗୁ ଦେଶମ ପାର୍ଟି(TDP)ର ଏହି କଣ୍ଡୋମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ୟାକେଟରେ ଦଳର ଚିହ୍ନ ଥିବା ଦେଖାଯାଇଛି। ଭାଇରାଲ ଭିଡିଓରେ କୁହାଯାଇଛି କି, ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏହି ପ୍ୟାକେଟ୍କୁ ଭୋଟର୍ଙ୍କୁ ବଣ୍ଟା ଯାଉଛି। ଭାଇରାଲ ଭିଡିଓରେ ଜଣେ ଟିଡିପି କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘ଯଦି ବହୁତ ପିଲା ଜନ୍ମ ହେବେ ତେବେ ଦଳକୁ ବେଶୀ ଟଙ୍କା ବାଣ୍ଟିବାକୁ ପଡିବ, ତେଣୁ ଆମେ କଣ୍ଡୋମ ବାଣ୍ଟୁଛୁ’।
ସେପଟେ ଏହାକୁ ନେଇ ଉଭୟ ଦଳ ପରସ୍ପରକୁ ସମାଲୋଚନା କରିଛନ୍ତି। YSR କଂଗ୍ରେସ ସୋଶାଲ ମିଡିଆରେ ଟିଡିପିକୁ ଟାର୍ଗେଟ କରିଛି। ଦଳ ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ଏହାର ଜବାବରେ, ଟିଡିପି ମଧ୍ୟ YSRCP ର ନିର୍ବାଚନ ପ୍ରତୀକ ଥିବା ସମାନ କଣ୍ଡୋମ ପ୍ୟାକେଟ ପୋଷ୍ଟ କରି ପଚାରିଛି ଯେ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳ ଏହା ବିଷୟରେ କହୁଛନ୍ତି କି?
Powered by Froala Editor