ବ୍ରହ୍ମପୁରରେ କର୍ମୀଙ୍କ ଜୋଶକୁ ଦେଖି ଏମିିିତି କହିଲେ ରାଜନାଥ ସିଂ
ଭୁବନେଶ୍ୱର: ନବରଙ୍ଗପୁର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବେ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ବ୍ରହ୍ମପୁରସ୍ଥ ଆମ୍ବପୁଆ ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।
ସେ କହିଛନ୍ତି ଯେ ବ୍ରହ୍ମପୁରରେ କର୍ମୀଙ୍କ ଜୋଶକୁ ଦେଖିଲେ ଜଣାପଡ଼ୁଛି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି । ଆଜି ସାରା ଦୁନିଆ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି । ୨୦୧୪ ଓ ୨୦୧୯ ଠାରୁ ଅଧିକ ଉତ୍ସାହ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏଥର ୪୦୦ରୁ ଅଧିକ ସିଟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ ସିଂ କହିଛନ୍ତି ।
Powered by Froala Editor