ଜାମ୍ମୁ ଓ କାଶ୍ମୀର, ସିକ୍କିମରେ ତୁଷାରପାତ : ୫୦୦ ରୁ ଅଧିକ ପର୍ଯ୍ୟଟକ ଫସିଲେ

ଲଗାତାର ୩ ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ଆହୁରି ୧୨ ଘଣ୍ଟା ଧରି ବରଫବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ରାସ୍ତାରେ ବରଫ ଜମିବା ଯୋଗୁ ଯାନବାହନ ଚଳାଚଳରେ ଗୁରୁତର ବାଧା ଉପୁଜିଛି। ରାସ୍ତାରେ ବହୁ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି। ଫେବୃଆରୀ ୨୦ ରେ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସିଆରପିଏଫ ଯବାନମାନେ ପ୍ରବଳ ତୁଷାରପାତ ହେତୁ ଅଟକି ରହିଥିବା ଗାଡିଗୁଡିକୁ ସାହାଯ୍ୟ କରିଥିଲେ। ଏହି ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେତୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ସମେତ ଭୂସ୍ଖଳନ ହେତୁ ଅନେକ ରାସ୍ତା ଅବରୋଧ ହୋଇଥିଲା।
ସିକ୍କିମର ନାତୁ ଲା ରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହେତୁ ୫୦୦ ରୁ ଅଧିକ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୧୭୫ ଟି ଗାଡି ସହିତ ଫସି ରହିଥିଲା। ଯେଉଁମାନଙ୍କୁ ତ୍ରିଶକ୍ତି କର୍ପସର ସୈନ୍ୟମାନେ ଉଦ୍ଧାର କରି ସହାୟତାର ହାତ ବଢ଼ାଇଛନ୍ତି।
ପର୍ଯ୍ୟଟକମାନଙ୍କୁ ନିରାପଦରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ମେଡିକେୟାର, ଗରମ ଖାଇବା ଏବଂ ନିରାପଦ ପରିବହନ ଏକ ସମୟରେ ସୈନ୍ୟମାନେ ସେମାନଙ୍କୁ ଦେଇଥିଲେ।
Powered by Froala Editor