ଚାଷୀ-ପୋଲିସ ଧସ୍ତାଧସ୍ତି : ଜଣେ ମୃତ, ଶୁଖିଲା ଲଙ୍କାରେ ନିଆଁ ଲଗାଇଲେ ଚାଷୀ
ଦିଲ୍ଲୀ ଚଲୋ ଶୋଭାଯାତ୍ରା କରୁଥିବା ଚାଷୀ ଓ ସେମାନଙ୍କୁ ଅଟାଇବା ପାଇଁ ମୁତୟନ ହୋଇଥିବା ପୁଲିସ୍ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ଚାଷୀ ଓ ପୁଲିସ୍ ମଧ୍ୟରେ ପଞ୍ଜାବ-ହରିଆଣାର ସୀମାନ୍ତ ଶମ୍ଭୁ ଓ ଖନୌରୀ ଠାରେ ପ୍ରବଳ ଧସ୍ତାଧସ୍ତି ହୋଇଛି। ପ୍ରାୟ ଅଧ ଘଣ୍ଟାର ରଣନୀତି ପରେ ବିକ୍ଷୋଭକାରୀମାନେ ଖନୌରୀ ସୀମାଠାରୁ ପ୍ରାୟ ୧୫୦ ମିଟର ଦୂରରେ ଅବସ୍ଥିତ ଷ୍ଟଲ୍ ଡମ୍ପରୁ ଗୋଟିଏ ପରେ ଗୋଟିଏ ଷ୍ଟଲ ଓ୍ବାଲ୍ ଉଠାଇ କ୍ଷେତ ଦେଇ ସୀମା ନିକଟ କ୍ଷେତକୁ ଯାଇ ଶୁଖିଲା ଲଙ୍କାରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପୋଲିସ ଲୌହ ଗ୍ୟାସ ପ୍ରୟୋଗ କରି ପରିସ୍ଥିତିକୁ ଆୟତ୍ତ କରିଥିଲା। ତେବେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା।
ଖନୌରୀ ଠାରେ ହୋଇଥିବା ସଂଘର୍ଷରେ ଜଣେ ୨୧ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ଶୁଭକରନ ସିଂହ। ତାଙ୍କ ଘର ପଞ୍ଜାବର ଭଠିଣ୍ଡା ଜିଲ୍ଲା ବାଲୋକେ ଗାଁରେ। ସେ ଅନ୍ୟ ଚାଷୀମାନଙ୍କ ସହ ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି ଚାଷୀ ନେତା ବଲଦେବ ସିଂହ ସିର୍ସା କହିଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି। ଫେବୃଆରୀ ୧୩ରୁ ଚାଷୀମାନେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଆରମ୍ଭ କରିଥିବା ବେଳେ ସଂଘର୍ଷରେ ଆଜି ପ୍ରଥମଥର ପାଇଁ ଜଣଙ୍କ ମୃତ୍ୟୁ ହୋଇଛି।
Powered by Froala Editor