ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା
ନୂଆଦିଲ୍ଲୀ: ଇନ୍ସାଟ-୩ଡିଏସ୍ର ସଫଳ ଉତ୍କ୍ଷେପଣ ପରେ ଇସ୍ରୋ ଏବେ ଆଉ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି । ବହୁ-ଆକାଂକ୍ଷିତ ପ୍ରୋଜେକ୍ଟ ନିସାର୍ ଲଞ୍ଚ୍ କରିବ ଭାରତୀୟ ମାହାକାଶ ଗବେଷଣା ସଂସ୍ଥା । ଆମେରିକୀୟ ମହାକାଶ ଏଜେନ୍ସି ନାସା ସହ ମିଶି ଏହା ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର (ନିସାର୍) ଲଞ୍ଚ୍ କରିବ । ୨୦୨୪ ମସିହା, ମାର୍ଚ୍ଚରେ ନିସାର୍ ଉତ୍କ୍ଷେପଣର ଯୋଜନା ରହିଛି, ଯାହା ଇସ୍ରୋ ପାଇଁ ବର୍ଷର ୩ୟ ବଡ଼ ଲଞ୍ଚ୍ ହେବ ।
‘ନିସାର୍’ ପୃଥିବୀ ଅବଲୋକନ କ୍ଷେତ୍ରରେ ଯୁଗାନ୍ତକାରୀ ମିଶନ୍ ହେବ ବୋଲି ଇସ୍ରୋ କହିଛି । ଏହା ଡୁଆଲ୍ ଫ୍ରିକ୍ୱେନ୍ସି ପ୍ରୟୋଗକାରୀ ପ୍ରଥମ ରାଡାର ଇମେଜିଂ ସାଟେଲାଇଟ୍ ହେବ, ଯାହା ପୃଥିବୀର ଭୂପୃଷ୍ଠ ଓ ବରଫାବୃତ୍ତ ପୃଷ୍ଠଗୁଡ଼ିକର ରହସ୍ୟକୁ ଖୋଲିବ । ଉଲ୍ଲେଖଯୋଗ୍ୟ ସଠିକତା ମାଧ୍ୟମରେ ବିଶ୍ୱ ପରିସଂସ୍ଥାନର ଅବଲୋକନ ଏହି ମିଶନ୍ର ଲକ୍ଷ୍ୟ । ପ୍ରାକୃତିକ ପ୍ରକ୍ରିୟା ଓ ପରିବର୍ତ୍ତନ ବିଷୟରେ ଆମ ଜ୍ଞାନର ପରିସୀମାକୁ ଏହା ବଢ଼ାଇବ । ନିସାର୍ରେ ଉନ୍ନତ ରାଡାର ପ୍ରଣାଳୀ ରହିଛି, ଯାହା ପୃଥିବୀ ପୃଷ୍ଠର ବ୍ୟାପକ ପରିବର୍ତ୍ତନକୁ ଅବଲୋକନ କରିବାରେ ସକ୍ଷମ ।
ପରିସଂସ୍ଥାନ, ଉଦ୍ଭିଦ ଜଗତ, ସମୁଦ୍ର ସ୍ତର ବୃଦ୍ଧି, ଭୂତଳ ଜଳ ଏବଂ ଭୂକମ୍ପ, ସୁନାମୀ, ଅଗ୍ନିଉଦ୍ଗିରଣ ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ୟ୍ୟୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଓ ଆଂଶିକ ସ୍ଥାୟୀ ତଥ୍ୟ ପ୍ରଦାନ କରିବ ।
Powered by Froala Editor