ମାଲ୍ବାହୀ ଟ୍ରେନ୍ର ୮ ୱାଗନ୍ ଲାଇନଚ୍ୟୁତ
ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍ ନିକଟରେ ଗୋଟାଏ ମାଲ୍ବାହୀ ଟ୍ରେନ୍ର ୮ଟି ୱାଗନ୍ ଧାରଣାଚ୍ୟୁତ ହୋଇଛି। ଏହି ଟ୍ରେନରେ ଲୁହା ସିଟ ଯାଉଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳବାଇ ଏବଂ ଫାୟାର ବ୍ରିଗେଡ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ଉତ୍ତରାଞ୍ଚଳ ରେଳବାଇ କହିଛି, ନୂଆଦିଲ୍ଲୀର ପଟେଲ୍ ନଗର-ଦୟାବସ୍ତି ସେକ୍ସନ୍ ଅଞ୍ଚଳରେ ଗୋଟାଏ ମାଲ୍ବାହୀ ଟ୍ରେନ୍ ଧାରଣାଚ୍ୟୁତ ହୋଇଛି। ଏହି ଏହି ଘଟଣା ସକାଳ ୧୧ଟା ୫୨ରେ ଘଟିଥିବା କୁହାଯାଉଛି। ରେଲଓ୍ବେ ଟିମ ଟ୍ରେନ କୋଚ ଗୁଡିକୁ ସିଧା କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଟ୍ରାକରେ ମରାମତି ମଧ୍ୟ କରାଯାଉଛି। ଦୁର୍ଘଟଣାରେ କୌଣସି ଆହତଙ୍କ ଖବର ଏପର୍ଯ୍ୟନ୍ତ ନାହିଁ।
ରେଳବାଇ ଡିସିପି କେପିଏସ୍ ମାଲହୋତ୍ରା କହିଛନ୍ତି, ଏହି ଅଘଟଣରେ କେହି ମୃତାହତ ହୋଇଥିବା ସମ୍ଭାବନା ଏଡ଼ାଇ ଦେଇ ହେବନାହିଁ। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି।
Powered by Froala Editor