ଫସିଲେ ମୁନାଓ୍ବର, ଗ୍ରାଣ୍ଡ ୱେଲକମ୍ରେ ଉଡୁଥିଲା ବେଆଇନ ଡ୍ରୋନ୍

ରିଆଲିଟି ଶୋ' ବିଗ୍ବସ୍ର ୧୭ତମ ସିଜନର ବିଜେତା ହୋଇଛନ୍ତି ମୁନାଓ୍ବର ଫାରୁକି। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍ ଏନେଇ ଘୋଷଣା କରିବା ପରଠାରୁ ମୁନାଓ୍ବରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି। ଏପରିକି ସେ ନିଜେ ମଧ୍ୟ ପ୍ରଶଂସକଙ୍କ ଗହଣକୁ ଯାଇ ଧନ୍ୟବାଦ ଜଣାଉଛନ୍ତି। ବିଗ୍ବସ୍ ଜିତିବା ପରେ ମୁନାଓ୍ବର ପ୍ରଥମେ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ପହଞ୍ଚିଥିଲେ। ତେବେ ମୁନାୱର ଫାରୁକିଙ୍କ ବିଜୟ ଉତ୍ସବକୁ କ୍ୟାପ୍ଚର କରିବା ପାଇଁ ଡୋଙ୍ଗରି ଅଞ୍ଚଳରେ ଡ୍ରୋନ୍ ଉଡ଼ାଯାଇଥିଲା । ନିୟମ ଉଲ୍ଲଂଘନ କରି ଏହି ଡ୍ରୋନ୍ ସଞ୍ଚାଳନ ହୋଇଥିବା ଅଭିଯୋଗ ହୋଇଛି ।
ମୁନାୱର ଫାରୁକିଙ୍କୁ ତାଙ୍କ ଅଞ୍ଚଳ ଡୋଙ୍ଗରିରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଏଠାରେ ପ୍ରଶଂସକମାନଙ୍କ ପ୍ରବଳ ଭିଡ଼ ଜମିଥିଲା । ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇ ତାଙ୍କୁ ସ୍ବାଗତ କରିଥିବା ଦେଖାଯାଇଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଭିଡକୁ ଦେଖି ମୁମ୍ବାଇ ପୋଲିସ ଅଞ୍ଚଳରେ ଧାରା ୧୪୪ ଲଗାଇଥିଲା। ହେଲେ ଏବେ ସେ ଆଉ ଏକ ଅଡ଼ୁଆରେ ଫସିଛନ୍ତି।
ପ୍ରଶଂସକଙ୍କ ଗହଣକୁ ମୁନାଓ୍ବର ଆସିବା ବେଳର ଭିଡିଓ କରିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହୃତ ହୋଇଥିଲା। ପୋଲିସଠାରୁ ଅନୁମତି ନ ନେଇ ଡ୍ରୋନ୍ ଉଡାଯାଇଥିବା ନେଇ ଏବେ ମାମଲା ରୁଜୁ ହୋଇଛି। ଯଦି ମୁନାଓ୍ବର ଅନୁମତି ନ ନେଇ ଡ୍ରୋନ୍ ଉଡାଇବା ମାମଲାରେ ସାମିଲ ଥାନ୍ତି ତେବେ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
Powered by Froala Editor