ଦୁର୍ଘଟଣାରେ କଂଗ୍ରେସ ନେତା ମାନବେନ୍ଦ୍ର ସିଂ ଆହତ, ପତ୍ନୀ ଚିତ୍ରା ସିଂହ ମୃତ

ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି । କଂଗ୍ରେସ ନେତା ତଥା ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ୟଶବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ ଜସୋଲଙ୍କ କାର୍ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ମାନବେନ୍ଦ୍ର ସିଂହ ଜସୋଲଙ୍କ ପତ୍ନୀ ଚିତ୍ରା ସିଂହଙ୍କ ମୃତ୍ୟୁ ଘଟିଛି। ମାନବେନ୍ଦ୍ର ସିଂ ଜସୋଲ, ତାଙ୍କ ପୁଅ ଓ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମାନବେନ୍ଦ୍ର ସିଂହ ଜସୋଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂହଙ୍କ ପୁଅ। ସେ ଦୀର୍ଘ ଦିନ ଧରି ବିଜେପିରେ ଥିଲେ। କିନ୍ତୁ ୨୦୧୮ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ମାନବେନ୍ଦ୍ର ସିଂ ବାଡମେର ଏମପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
କୁହାଯାଉଛି ହରିୟାଣା ସୀମାରେ ଥିବା ନାଉଗାଓଁ ନିକଟ ଖୁସପୁରୀରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମାନବେନ୍ଦ୍ର ଏବଂ ତାଙ୍କ ପୁଅ ହମିର ସିଂ ଆହତ ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଚିତ୍ରା ସିଂ ମଧ୍ୟ ରାଜନୀତିରେ ଜଡିତ ଥିଲେ। ସେ ଚିତ୍ତୋରଗଡର ଭୈସରାଗଡ ରାଜ ପରିବାରର ଥିଲେ।
Powered by Froala Editor