ବିହାରରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ପାଟନା: ବିହାରରେ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଆଜି ରାଜ୍ୟରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ରାଜ୍ୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାର ଆରମ୍ଭ ହେବାର ଗୋଟିଏ ଦିନ ପରେ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି । ବିହାରର କିଶାନଗଞ୍ଜରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଚାରି ଦିନ ମଧ୍ୟରେ ସାତଟି ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବ ।
ସକାଳ ସମୟରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଚୋପ୍ରା ଅଞ୍ଚଳରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ରାହୁଲ ଗାନ୍ଧୀଙ୍କ ସହ ଶହ ଶହ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଛନ୍ତି । ଏଠାରେ ଯାତ୍ରା ଶେଷ ହେବା ପରେ ବିହାରରେ ପ୍ରବେଶ କରିଛି । ରାଜ୍ୟରେ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ରହିଛି । ଭାଙ୍ଗିଛି ଆରଜେଡି-ଜେଡିୟୁ ମେଣ୍ଟ ସରକାର । ରବିବାରଠୁ ଆରମ୍ଭ ହୋଇଛି ଏନଡିଏ ନେତୃତ୍ବାଧିନ ସରକାର । ବିଜେପି ବିରୋଧରେ ଲୋକସଭା ନିର୍ବାଚନ ଲଢିବାକୁ ଇଣ୍ଡିଆ ମେଣ୍ଟରେ ବିରୋଧିଙ୍କୁ ଏକଜୁଟ କରୁଥିବା ନୀତିଶ କୁମାର ଏବେ ପୁଣି ଏନଡିଏଙ୍କୁ ଫେରିଛନ୍ତି । ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି ବିହାରରେ ପ୍ରବେଶ କରିଛି । କଂଗ୍ରେସର ୧୯ ଜଣ ବିଧାୟକ ତାଙ୍କୁ ସ୍ୱାଗତ କରିବାର କାର୍ୟ୍ୟକ୍ରମ ରହିଛି । ରାହୁଲଙ୍କ ଏହି ଯାତ୍ରା ପୂର୍ବରୁ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଛି । ଇଣ୍ଡିଆ ମେଣ୍ଟର ନେତା ନୀତିଶ କୁମାର ବିଜେପି ସହ ହାତ ମିଳାଇଛନ୍ତି । ରାଜ୍ୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାର ଆରମ୍ଭ ହୋଇଛି । ଯେଉଁ କାରଣରୁ ବିରୋଧୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।
Powered by Froala Editor