ପ୍ରଥମ ଗର୍ଭ ନିରୋଧକ ଟାବଲେଟ ‘ସହେଲୀ’ର ଉଦ୍ଭାବକ ପଦ୍ମଶ୍ରୀ ଡା. ନିତ୍ୟା ଆନନ୍ଦଙ୍କ ଦେହାନ୍ତ

କେନ୍ଦ୍ର ଔଷଧ ଅନୁସନ୍ଧାନ ସଂସ୍ଥାନ (ସିଡିଆରଆଇ)ର ପୂର୍ବତନ ନିର୍ଦ୍ଦେଶକ ଏବଂ ଦେଶର ପ୍ରଥମ ଗର୍ଭ ନିରୋଧକ ଟାବଲେଟ 'ସହେଲୀ' ତିଆରି କରିଥିବା ବୈଜ୍ଞାନିକ ପଦ୍ମଶୀ ଡା. ନିତ୍ୟା ଆନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା।
୧୯୨୫ ଜାନୁଆରୀ ୧ରେ ପଞ୍ଜାବର ଲାୟଲପୁରରେ ଜନ୍ମ ଗ୍ରହଣ କରିଥିଲେ ଡା. ନିତ୍ୟା ଆନନ୍ଦ। ଅବଶ୍ୟ ଏହା ଏବେ ପାକିସ୍ତାନରେ। ୧୯୪୭ ବିଭାଜନ ପରେ ସେ ଏବଂ ତାଙ୍କ ପରିବାର ଭାରତ ଚାଲିଆସିଥିଲେ। ତାଙ୍କୁ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ପଦ୍ମଶୀ ସମ୍ମାନରେ ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ଡା.ନିତ୍ୟ ଆନନ୍ଦ ପ୍ରଥମ ଗର୍ଭନିରୋଧକ ବଟିକା 'ସହେଲୀ'ର ଖୋଜ୍ କରିଥିଲେ।
ସୂଚନାଯୋଗ୍ୟ, ଯେ, ଡା. ନିତ୍ୟା ଆନନ୍ଦଙ୍କ ଔଷଧ ତିଆରି କରିବା ପୂର୍ବରୁ ଗର୍ଭ ନିରୋଧକ ଔଷଧରେ ଷ୍ଟେରଏଡ୍ର ବ୍ୟବହାର ହୋଉଥିଲା। ଏହି ଔଷଧ ଫଳରେ ମହିଳାଙ୍କୁ ଗର୍ଭ ନିରୋଧକ ଇଞ୍ଜେକ୍ସନରୁ ମୁକ୍ତି ମିଳିଥିଲା। ଏହି ଔଷଧକୁ ଜାତୀୟ ପରିବାର ନିୟୋଜନ କାର୍ଯକ୍ରମରେ ଛାୟା ନାମରେ ଯୋଡ଼ାଯାଇଥିଲା। ଏହା ଥିଲା ପ୍ରଥମ ନନ୍ ଷ୍ଟେରଏଡ୍ କଣ୍ଟ୍ରାସେପଟିଭ ପିଲ୍। ଏହା ବ୍ୟତୀତ ମ୍ୟାଲେରିଆ, କୁଷ୍ଠ ରୋଗ ଏବଂ ଟିବି ଭଳି ଗୁରୁତର ରୋଗର ଚିକିତ୍ସାରେ ସହାୟକ ଔଷଧର ଖୋଜ୍ କରିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।
ଡା.ନିତ୍ୟ ଆନନ୍ଦଙ୍କ ତିନି ସନ୍ତାନ ଅଛନ୍ତି। ଆଇଆଇଟି କାନପୁରର ଶିକ୍ଷାଲାଭ କରିଥିବା ନୀରଜ ନିତ୍ୟାନନ୍ଦ ଆମେରିକାରେ ଅଛନ୍ତି। ତାଙ୍କର ସାନ ପୁଅ ନବୀନ କାନାଡାରେ ଅଛନ୍ତି, ସେ ଭାକ୍ସିନ କ୍ଷେତ୍ରରେ କାର୍ଯ୍ୟରତ। ସାନ ଝିଅ ଡା. ସୋନିଆ ନିତ୍ୟାନନ୍ଦ କେଜିଏମୟୁର କୁଳପତି ଏବଂ ଲୋହିୟା ସଂସ୍ଥାନର ନିର୍ଦ୍ଦେଶକ।
Powered by Froala Editor