ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ପାଇପ ବ୍ୟାଣ୍ଡ ଦଳ ଦେଶରେ ପ୍ରଥମ

ଭୁବନେଶ୍ବର: ଚଳିତ ଜାନୁୟାରୀ ୨୧ ଓ ୨୨ ତାରିଖ ଦୁଇଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।୨୨ ତାରିଖ ଅପରାହ୍ନରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ପାଇପ୍ ବ୍ୟାଣ୍ଡ (ବାଳିକା) ବିଭାଗରେ ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟକୁ ବିଜୟ ଟ୍ରଫି, ମାନପତ୍ର ତଥା ଅର୍ଥରାଶି ପୁରସ୍କାର ରୂପେ ପ୍ରଦାନ କରାଯାଇଅଛି ।
ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ସଞ୍ଜୟ କୁମାର, ସଚିବ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଉକ୍ତ ବିଦ୍ୟାଳୟର ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ସେମାନଙ୍କର ଆତ୍ମବିଶ୍ଵାସକୁ ବହୁଗୁଣିତ କରିଛନ୍ତି । କଠିନ ପରିଶ୍ରମ ତଥା ନିଷ୍ଠାପର ସାଧନା ସବୁସ୍ତରରେ ସଫଳତାର ମୂଳମନ୍ତ୍ର ବୋଲି ଏଥିରୁ ପୁଣିଥରେ ପ୍ରମାଣିତ ହୋଇଛି ।
Powered by Froala Editor