ଭୁଲ୍ ମାଗିଲେ ନୟନତାରା
ଡିସେମ୍ବର ପହିଲାରେ ଅନ୍ନପୂର୍ଣ୍ଣୀ ସିନେମା ହଲରେ ରିଲିଜ୍ ହୋଇଥିଲା। ସିନେମାରେ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ବିବାଦୀୟ ଡାଏଲଗ ସହ ଲଭ୍ ଜିହାଦକୁ ପ୍ରୋତ୍ସାହିତ ବିଷୟ ରହିଥିବା ଅଭିଯୋଗ ହୋଇଥିଲା। ଏହାପରେ ଭୁଲ ମାଗିଛନ୍ତି ଅଭିନେତ୍ରୀ । କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।
ଫିଲ୍ମଟି ସେନସର ବୋର୍ଡର ସ୍ୱୀକୃତି ପାଇବା ପରେ ହିଁ ଡିସେମ୍ବରରେ ରିଲିଜ ହୋଇଥିଲା । ରିଲିଜ ହେବା ପରେ ଭଲ ରେସପନ୍ସ ବି ଆସିଥିଲା । ଏହାପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର ଥିଲା । କିନ୍ତୁ ତାପୂର୍ବରୁ ଦର୍ଶକଙ୍କ ଅସନ୍ତୋଷର ସାମ୍ନା ତାଙ୍କୁ କରିବାକୁ ପଡିଛି ।
ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସିନେମାରେ କିଛି ଦୃଶ୍ୟକୁ ନେଇ ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ସିନେମାକୁ ନେଇ ନେଇ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ନୟନତାରାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଥିଲା । ମାମଲା ରୁଜୁ ହେବା ପରେ ଓଟିଟି ପ୍ଲାଟଫର୍ମରୁ ସିନେମାକୁ ବାଦ ଦିଆଯାଇଥିଲା । ଫିଲ୍ମକୁ ସେନସର ବୋର୍ଡର ସ୍ବୀକୃତି ସତ୍ତ୍ବେ ଏହାକୁ ଓଟିଟି ପ୍ଲାଟଫର୍ମକୁ ବାହାର କରାଯିବ ବୋଲି ସେ କେବେ ଆଶା କରିନଥିଲେ । ତେବେ ନୟନତାରା ଅନ୍ନପୂର୍ଣ୍ଣୀ ସିନେମାର ପୁରା ଟିମ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି ।
Powered by Froala Editor