ଜିଓ ଗ୍ରାହକ ଏବେ ହ୍ୱାଟ୍ସଆପ୍ ଜରିଆରେ କରିପାରିବେ ରିଚାର୍ଜ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ । ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍ସଆପରୁ ‘ଐସ’ ବୋଲି ପଠାଇବାକୁ ପଡିବ ।
ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି । ହ୍ୱାଟ୍ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବଂ ଜିଓ ଗ୍ରାହକମାନେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଯେଭଳି ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପ୍ରୟାସରେ ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍ସଆପ ଜରିଆରେ ସେମାନଙ୍କ ମୋବିଲିଟି, ଫାଇବର ଏବଂ ଜିଓମାର୍ଟ ଆକାଉଣ୍ଟର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିପାରିବେ । ରିଚାର୍ଜ କିମ୍ବା ଦେୟ ପ୍ରଦାନ ପାଇଁ ଇ-ୱାଲେଟ, ୟୁପିଆଇ, କ୍ରେଡିଟି ଓ ଡେବିଟ କାର୍ଡ ଆଦି ସମସ୍ତ ପ୍ରକାରର ଦେୟ ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି ।
ଜିଓ ଗ୍ରାହକମାନେ ଯେଉଁସବୁ ସେବା ହ୍ୱାଟ୍ସଆପ୍ ଜରିଆରେ ପାଇପାରିବେ ସେଥିମଧ୍ୟରେ ରହିଛି ଜିଓ ସିମ୍ ରିଚାର୍ଜ, ନୂଆ ଜିଓ ସିମ୍ ଅଥବା ପୋର୍ଟ-ଇନ (ଏମ୍ଏନ୍ପି), ଜିଓ ସିମ୍ ସମ୍ପର୍କିତ ସହାୟତା, ଜିଓଫାଇବର ସମ୍ପର୍କିତ ସହାୟତା, ଆନ୍ତର୍ଜାତିକ ରୋମିଂ ପାଇଁ ସହାୟତା, ଜିଓମାର୍ଟ ପାଇଁ ସହାୟତା ଇତ୍ୟାଦି ଅନେକ କିଛି । ଏଥିସହିତ ଜିଓର ଏହି ହ୍ୱାଟ୍ସଆପ୍ ଚାଟ୍ବଟ୍ ଜରିଆରେ କୌଣସି ଅଂଚଳର କୋଭିଡ୍ ଭାକ୍ସିନ୍ କେନ୍ଦ୍ର ସୂଚନା, ଭାକ୍ସିନ୍ ଉପଲବ୍ଧତା ଇତ୍ୟାଦିର ସୂଚନା ମଧ୍ୟ ମିଳିପାରିବ ।
ଜିଓ ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟଗୁଡିକୁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ଏବଂ ଖୁବଶୀଘ୍ର ଏହା ଅଧିକ ଭାରତୀୟ ଭାଷାଗୁଡିକରେ ଉପଲବ୍ଧ ହେବ ।
Powered by Froala Editor