ସାଲାଇନ୍ ପେଟିରେ ମୃତ ଶିଶୁକନ୍ୟା

ବାଲେଶ୍ବର ଜିଲ୍ଲା ନୀଳଗିରିରେ ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ସାଲାଇନ୍ ପେଟିରୁ ବାହାରିଲା ଶିଶୁକନ୍ୟାର ମୃତଦେହ। ତେବେ ମୃତ ଶିଶୁକନ୍ୟାର ପରିଚୟ ଜଣାପଡ଼ି ନାହିଁ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଶିଶୁକନ୍ୟାଟି କୁଆଁରୀ କନ୍ୟାର ବୋଲି ସନ୍ଦେହ କରାଯାଉଛି।
ପୋଡାଶୁଳ ସିଟି ସ୍କୁଲ ନିକଟସ୍ଥ ରାସ୍ତା କଡରେ ସଲାଇନ ପେଟି ପଡ଼ିଥିଲା। ସେଇ ରାସ୍ତା ଦେଇ ଯାଉଥିବା କିଛି ଲୋକ ସେହି ସାଲାଇନ ପେଟିକୁ ଖଲିଥିଲେ। ତାପରେ ପେଟି ଭିତରେ କପଡ଼ାରେ ଗୋଡ଼ା ହୋଇଥିବା ଏକ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ପଥଚାରୀମାନେ ଏନେଇ ଥନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଶିଶୁଟିକୁ କେହି ଜଣେ ଅଟୋରେ ଆସି ଦିପ୍ରହର ସମୟରେ ଏଠାରେ ଫୋପାଡି ଦେଇ ଚାଲିଗଲେ। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି। ଘଟଣାର ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।
Powered by Froala Editor