୫ ବର୍ଷର ଶିଶୁପୁତ୍ରକୁ ନିର୍ମମ ହତ୍ୟା ପରେ ହାତଗୋଡ଼ ଛିଣ୍ଡାଇଦେଲା ପିଶାଚ
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମେଣ୍ଡରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ୫ ବର୍ଷର ଶିଶୁ ଚନ୍ଦନଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ସେହି ଗ୍ରାମର ଜଣେ ଯୁବକ ଅମାନୁସିକ ଭାବେ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିଛି। ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଛି। ହତ୍ୟାକାରୀକୁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଛି ତାହା ଜଣାପଡି ନାହି।
ମୃତ ଶିଶୁ ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ହୋଇଥିବା ବେଳେ ହତ୍ୟାକାରୀ ଜଳେନ୍ଦ୍ର ସାନ୍ତା (୨୩)। ଜଳେନ୍ଦ୍ର ମନ୍ଦିରକୁ ଯାଇ କୌଣସି କାରଣକୁ ନେଇ ପୂଜକ ସନାଧରଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଜଳେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଖେଳୁଥିବା ଶିଶୁପୁତ୍ର ଚନ୍ଦନଙ୍କୁ ଟେକି ଆଣି ମନ୍ଦିର ବାରଣ୍ଡାର ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଶିଶୁର ଡାହାଣ ହାତ ଓ ବାମ ଗୋଡକୁ ପଥରରେ ଛେଚି ଛିଣ୍ଡାଇ ଦେଇଥିଲେ। ଏପରିକି ହତ୍ୟାକାରୀ ଶିଶୁର ରକ୍ତ ପିଇଥିଲେ।
ସନାଧର ପାଟି କରିବାରୁ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ହତ୍ୟାକାରୀ ଜଳେନ୍ଦ୍ର କଟା ହାତ, ଗୋଡ ଧରି ଦୌଡି ଫେରାର ହୋଇଯାଇଥିଲେ। ପରେ ସେ ଏହାକୁ ନିଜ ଘର ବାରିପଟେ ଜାଳେଣୀ ପାଇଁ ରଖାଯାଇଥିବା ଶୁଖିଲା ମକାଗଛ ଗଦା ତଳେ ଲୁଚାଇ ଦେଇଥିଲେ। ଏଭଳିସ୍ଥିତିରେ ଗାଁ ଲୋକେ ହତ୍ୟାକାରୀଙ୍କୁ କାବୁ କରି ଏକ ଗଛରେ ବାନ୍ଧି ରଖି ପୁଲିସକୁ ଖବର ଦେଇଥିଲେ। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତାକୁ ମଧ୍ୟ ଗିରଫ କରିଛି।
Powered by Froala Editor