ଟିଏମ୍ସି ନେତାଙ୍କୁ ହତ୍ୟା, ବାଇକରେ ଆସି ପଏଣ୍ଟ ବ୍ଲାଙ୍କରେ ଗୁଳି
ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବହରାମପୁରରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଅଜ୍ଞାତ ଯୁବକମାନେ। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଟିଏମ୍ସି ନେତା ସତ୍ୟେନ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ ପରେ ତୁରନ୍ତ ଟିଏମ୍ସି ନେତାଙ୍କୁ ଗୁରୁତର ଅବସ୍ଥାରେ ବହରାମପୁର ମୁର୍ସିଦାବାଦ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, କଂଗ୍ରେସ ସାଂସଦ ସତ୍ୟେନ ଅଧୀର ରଞ୍ଜନ ଚୌଧୁରୀଙ୍କ ପାଖଲୋକ ଥିଲେ। କିନ୍ତୁ ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ରବିବାର ସତ୍ୟେନ କିଛି ବୁଝିବା ପୂର୍ବରୁ କିଛି ଅଜ୍ଞାତ ଯୁବକମାନେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
କିଏ କେଉଁ ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ନେତା ସତ୍ୟେନ ଚୌଧୁରୀଙ୍କୁ ହତ୍ୟା କରିଛି ସେନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି। ସତ୍ୟେନଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
Powered by Froala Editor