ନୂଆ ବର୍ଷରେ ଜୁନିଅର ଏନଟିଆରଙ୍କ ଭେଟି

ନୂଆ ବର୍ଷ ଅବସରରେ 'ଦେବରା'ର ନୂଆ ପୋଷ୍ଟର ଶେୟାର କରି ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଜୁନିଅର ଏନଟିଆର । 'ଦେବରା' ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର। ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ କାମ କରିବେ।
ରିପୋର୍ଟ ମୁତାବକ, 'ଦେବରା' ଏକ ବଡ଼ ବଜେଟ୍ ଚଳଚ୍ଚିତ୍ର। ନିର୍ମାତା ଏହାର ଭିଏଫଏକ୍ସରେ ୧୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। 'ଆରଆରଆର' ଭଳି ଏହି ତେଲୁଗୁ ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ ଦୃଶ୍ୟ ରହିବ। ଏଥିରେ ସୈଫ୍ ଅଲୀ ଖାନ ଓ ରାମ୍ୟା କୃଷ୍ଣାଙ୍କ ଭଳି ଅନ୍ୟ କଳାକାର ଅଭିନୟ କରିଛନ୍ତି। କୋରାତାଲା ଶିବାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ମୁକ୍ତିଲାଭ କରିବ।
ଜୁନିଅର ଏନଟିଆର ନୂଆ ପୋଷ୍ଟର ଶେୟାର କରି କହିଛନ୍ତି ଯେ, 'ଦେବରା'ର ପ୍ରଥମ ଝଲକ୍ ଜାନୁଆରୀ ୮, ୨୦୨୪ରେ ସାମ୍ନାକୁ ଆସିବ। ପୋଷ୍ଟରରେ ଅଭିନେତା ସମୁଦ୍ର ମଝିରେ ଏକ ଡଙ୍ଗାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ କଳା ପ୍ୟାଣ୍ଟ ଓ ମେରୁନ୍ ରଙ୍ଗର ସାର୍ଟ ପିନ୍ଧିଛନ୍ତି। ଏଥିସହ ସେ ନିଜ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।
Powered by Froala Editor