ଚା’ ମାଗିଲା ସ୍ୱାମୀ, କଇଁଚିରେ ଆଖିକୁ ଭୁସିଦେଲା ସ୍ତ୍ରୀ

ସ୍ବାମୀ କପେ ଚା ମାଗିବାରୁ ସ୍ତ୍ରୀ ଆଖିକୁ କଇଁଚିରେ ଭୁସି ଫେରାର୍ ହୋଇଯାଇଛି। ଉତ୍ତରପ୍ରଦେଶର ବାଗପତ ଜିଲାରେ ଘଟିଥିବା ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଚା ’ପାଇଁ କହିଲେ କିନ୍ତୁ ଚା’ଦେବା ପରିବର୍ତ୍ତେ ପତ୍ନୀ ତାଙ୍କ ସ୍ବାମୀଙ୍କ ଆଖିକୁ ଛୁରିରେ ଭୁଷିଦେଇଥିଲେ। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମହିଳା ଜଣଙ୍କ ଘରୁ ପଳାଇ ଯାଇଥିଲେ।
ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ, ବାହାଘରର ଅଳ୍ପ କେଇ ଦିନ ପରେ ପାରିବାରିକ କଥା ନେଇ ଦୁହେଁ ସବୁବେଳେ ଝଗଡ଼ା ଲାଗୁଥିଲେ। ଘଟଣାର ତିନି ଦିନ ପୂର୍ବରୁ ଅଙ୍କିତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ଦାଏର କରିଥିଲେ। ତାଙ୍କୁ ମାରଧର କରୁଛନ୍ତି ବୋଲି ସେ ସ୍ବାମୀ ଅଙ୍କିତ ଓ ଶାଶୂଘରର ଅନ୍ୟ ଲୋକମାନଙ୍କ ନାଁରେ ଅଭିଯୋଗ କରିଥିଲେ।
ସେଦିନ ଅଙ୍କିତ କପେ ଚା ମାଗିବାରୁ ତାଙ୍କ ସ୍ତ୍ରୀ ରାଗିଯାଇ ଗୋଟାଏ କଇଁଚିରେ ତାଙ୍କ ଆଖିକୁ ଭୁସି ପକାଇଲେ। ଚିତ୍କାର ଓ ପାଟିତୁଣ୍ଡ ଶୁଣି ଅଙ୍କିତଙ୍କ ଭାଉଜ ଓ ପିଲାମାନେ ଆସି ସେଠାରେ ହାଜର ହେଲେ। ତା’ପରେ ସେମାନେ ଫୋନ୍ କରି ପୁଲିସକୁ ଘଟଣା ସଂକ୍ରାନ୍ତରେ ଜଣାଇଲେ। କିନ୍ତୁ, ପୁଲିସ ଆସି ପହଞ୍ଚିବା ପୂର୍ବରୁ କ୍ଷତାକ୍ତ ଅଙ୍କିତଙ୍କୁ ଛାଡ଼ି ସ୍ତ୍ରୀ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।
Powered by Froala Editor