ଲୋକସଭାରେ ୩ଟି ବିଲ ଗୃହୀତ : ରହିବନି ଆଇପିସି, ସିଆରପିସି ଓ ଆଇଇଏ

ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍। ୯୭ ବିରୋଧୀ ଦଳ ସାଂସଦଙ୍କ ଅନୁପସ୍ଥିତରେ ଲୋକସଭାରେ ଗୃହୀତ ହୋଇଛି ବିଲ । ଇଣ୍ଡିଆନ ପେନାଲ କୋଡ, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ପାସ୍ ହୋଇଛି । କୋଡ ଅଫ କ୍ରିମିନାଲ ପ୍ରସିଜୋର, ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ପାସ୍ ହୋଇଛି । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ୧୮୭୨ ବଦଳରେ ଗୃହୀତ ହୋଇଛି ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ । ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା ଆଇନରେ ପରିବର୍ତ୍ତନ ହେବ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ଏହାପରେ ସେ ବିଲ୍ରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ବିରୋଧୀ ଦଳର ଅଧିକାଂଶ ସାଂସଦ ନିଲମ୍ବିତ ହୋଇଥିବାରୁ ଲୋକସଭା ପୂରା ଖାଲି ପଡ଼ିଥିଲା। ଏହାରି ଭିତରେ ଅମିତ ଶାହ ୩ ବିଲ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୩ ବିଲ୍କୁ ବିନା ବିରୋଧରେ ପାସ୍ ମଧ୍ୟ କରାଇଥିଲେ।
କେତେକ ପରିବର୍ତ୍ତନ କରାଯାଇ ଏହି ୩ଟି ବିଲ୍ ଆଗତ ହୋଇଥିଲା । ଷ୍ଟାଣ୍ଡିଂ କମିଟି ଦ୍ବାରା ସମୀକ୍ଷା ପରେ ଏହି ବିଲଗୁଡିକୁ ଦାଖଲ କରାଯାଇଥିଲା । ନୂଆ ବିଲରେ ଭିଡ ହତ୍ୟା ଲାଗି ମୃତ୍ୟୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଦେଶଦ୍ରୋହୀ ଆଇନକୁ ହଟାଇବା ଲାଗି ନୂଆ ବିଲରେ ପଦକ୍ଷେପ ନିଆଯାଇଛି ।
Powered by Froala Editor