ଝିଅ ପାଇଁ ଏକାଠି ଥିଲେ, କିନ୍ତୁ ଏବେ ଅଲଗା !
କିଛି ଦିନ ହେଲା ଗୋଟିଏ କଥାକୁ ନେଇ ସବୁଠି ଗସିପ ଚାଲିଛି। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି।କିଏ କିଏ କହୁଛନ୍ତି ଅଭିଷେକ ଐଶ୍ବଯ୍ୟା ଛାଡ଼ପତ୍ର ଦେବେ। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ ଐଶ୍ବର୍ଯ୍ୟା ଏବଂ ଅଭିଷେକ ଅଲଗା ରହିବାକୁ ନିଷ୍ପତ୍ତି ବି ନେଇଥିବା କୁହାଯାଉଛି।
ଲୋକଙ୍କ କହିବାନୁଯାୟୀ, ଶାଶୁ ଜୟାଙ୍କ ସହିତ ଐଶ୍ବର୍ଯ୍ୟାଙ୍କର ପଡ଼ୁନାହିଁ। ଉଭୟ ପରସ୍ପର ସହ କଥା ହେଉନାହାନ୍ତି। ଏହି ବିବାଦ ଭିତରେ ଅଭିଷେକ ସବୁ ସମୟରେ ପିତାମାତାଙ୍କ ସପକ୍ଷରେ ରହୁଛନ୍ତି। ଏଥିପାଇଁ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଛି।
ଝିଅ ଆରାଧ୍ୟା ପାଇଁ ଅଭିଷେକ ଓ ଐଶ୍ବର୍ଯ୍ୟା ଏକାଠି ରହୁଥିଲେ। 'ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ଦୂରତା ବଢ଼ିଯାଇଛି। ଏବେ ସେ ନିଜର ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ଦିଆଯାଇନାହିଁ।
Powered by Froala Editor