ବ୍ରାହ୍ମଣ ପୁଅକୁ ବାହାହେବେ ରାଣୀ ପଣ୍ଡା

ବହୁତ ଦିନ ପରେ ବିବାହ କରିବାକୁ ଖୋଲାଖୋଲି କହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ପୂର୍ବରୁ ସେ କେବେ ବାହା ହେବେ ନାହିଁ ବୋଲି କହୁଥିବା ବେଳେ ଏବେ ମନ ବଦଳାଇ ଦେଇଛନ୍ତି। ରାଣୀ ପଣ୍ଡା ବାହା ହେବାକୁ ନିଜ ପାଇଁ ଏକ ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଏକ ଭିଡିଓରୁ ଜଣାପଡ଼ିଛି।
ରାଣୀ ପଣ୍ଡାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଇନ୍ଷ୍ଟାଗ୍ରାମ୍ ଫ୍ୟାନ୍ ବ୍ଲକ୍ରେ ମେସେଜ୍ କରି ତାଙ୍କୁ ସୂଚନା ଦେବାକୁ ରାଣୀ ପଣ୍ଡା କହିଛନ୍ତି।
ଭିଡିଓରେ ଶୁଣିବାକୁ ମିଳୁଛି ''ମୁଁ ଆଗରୁ ବାହାହେବା କଥା ଭାବୁ ନଥିଲି। ହେଲେ ଏବେ ସେଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛି । ସେଥିପାଇଁ ମୋତେ ଜଣେ ସୁନ୍ଦର ଜୀବନସାଥୀଟିଏ ଦରକାର, ଯିଏ ମୋତେ ଭଲପାଇପାରୁଥିବ, ସ୍ନେହ ଶ୍ରଦ୍ଧା କରୁଥିବ, ସମ୍ମାନ ଦଉଥିବ।'' ଏହା ସହ ପ୍ରାର୍ଥୀ ନିଶ୍ଚିତ ଭାବେ ବ୍ରାହ୍ମଣ ହୋଇଥିବା ଆବଶ୍ୟକ ବୋଲି ରାଣୀ ପଣ୍ଡା କହିଛନ୍ତି।
Powered by Froala Editor