ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ମୋଦିଙ୍କ ଆଗରେ ବଡ଼ ସର୍ତ୍ତ
ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ଏକ ବଡ ଦାବି କରିଛନ୍ତି। ମୌଲାନା କହିଛନ୍ତି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ସହିତ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକର ଜମି ଦିଆଯାଇଛି, ଯେଉଁଥିରେ ମସଜିଦ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ମୌଲାନା ଶାହାବୁଦ୍ଦିନ ରଜଭି କହିଛନ୍ତି ଯେ ମୁସଲମାନମାନେ କେନ୍ଦ୍ରୀୟ ୱାକଫ ବୋର୍ଡ ଉପରୁ ବିଶ୍ୱାସ ହରାଇଛନ୍ତି। ଆମେ ଚାହୁଁ କାବା ସରିଫ ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉ।
ସୂଚନା ମୁତାବକ ସୁପ୍ରିମକୋର୍ଟ ମସଜିଦ ପାଇଁ ଧନିପୁର ଜିଲ୍ଲା ଫୈଜାବାଦରେ ୫ ଏକର ଜମି ଦିଆଯାଇଛି । କିନ୍ତୁ, ମସଜିଦ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଏକ ଦୁଃଖର ବିଷୟ, ଅନ୍ୟପକ୍ଷରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
Powered by Froala Editor