ଆରାଧ୍ୟାଙ୍କ ଅଭିନୟ ଦେଖି ଏମିତି କହିଲେ ୟୁଜର୍ସ...

ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଖବର ଗତକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଖବର ଆସିଥିଲା ଯେ ଐଶ୍ବର୍ଯ୍ୟା ତାଙ୍କ ଶାଶୂଘର ଛାଡି ତାଙ୍କ ମା'ଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଐଶ୍ବଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଖୁସି ହେଉଥିବାର ଦେଖିବାକୁ ମିଳିଛି।
ଆରାଧ୍ୟା ବଚ୍ଚନ ତାଙ୍କ ସ୍କୁଲ୍ରେ ପ୍ରଦର୍ଶନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଥମ ଥର ପାଇଁ ଆରାଧ୍ୟାଙ୍କୁ ଏକ ଭିନ୍ନ 'ହେୟାର୍ ଷ୍ଟାଇଲ୍'ରେ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀ ସେମାନଙ୍କ ଖୁସି ବ୍ୟକ୍ତ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଆରାଧ୍ୟା। ସେ ଏକଦମ ଜଣେ ଷ୍ଟାର୍ଙ୍କ ପରି ପ୍ରଦର୍ଶନ କରୁଛନ୍ତି। ଆରାଧ୍ୟା ନାଚୁଥିବା ବେଳେ ହସି ହସି ତାହାକୁ ଭିଡିଓ ସୁଟ୍ କରୁଛନ୍ତି ମାଆ ଐଶ୍ବ୍। ଐଶ୍ବର୍ଯ୍ୟାଙ୍କ ସହ ତଳେ ବସି ଆରାଧ୍ୟାଙ୍କ ନାଚକୁ ତାଙ୍କ ମାଆ ଓ ଭଣଜା ଅଗସ୍ତ୍ୟା ନନ୍ଦା ଦେଖୁଥିବାର ଭିଡିଓରେ ଦୃଶ୍ୟମାନ ହୋଇଛି।
ଅନେକ ବ୍ୟକ୍ତି ଆରାଧ୍ୟାଙ୍କୁ ଶାହରୁଖ ଖାନଙ୍କ ଝିଅ ସୁହାନା ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ସହ ତୁଳନା କରିଛନ୍ତି, ଯେଉଁମାନେ ନିକଟରେ 'ଦି ଆର୍ଚିଜ୍' ସହିତ ଡେବ୍ୟୁ କରିଛନ୍ତି। ଲୋକମାନେ କହିଛନ୍ତି ଯେ ସୁହାନା ଖାନ ଏବଂ ଖୁସି କପୁରଙ୍କ ଅପେକ୍ଷା ଆରାଧ୍ୟା ଜଣେ ଭଲ ଅଭିନେତ୍ରୀ ହେବେ।
Powered by Froala Editor